ସେନା ହେଲିକପ୍ଟରରେ ଝୁଲାଇ ସଜା ଦେଲା କି ତାଲିବାନ୍ ? ଜାଣନ୍ତୁ ଭାଇରାଲ୍ ଭିଡିଓର ସତ…
1 min readକାବୁଲ: ଆଫଗାନିସ୍ତାନ ଛାଡ଼ିଛି ଆମେରିକା ସେନା । ୨୦ ବର୍ଷର ଲମ୍ବା ଯୁଦ୍ଧ ପରେ ଅଗଷ୍ଟ ୩୦ରେ ଆଫଗାନିସ୍ତାନରୁ ବିଦାୟ ନେଇଛି ଆମେରିକା । ଆଫଗାନିସ୍ତାନରେ ଆମେରିକା ସେନା ବିପୁଳ ଅସ୍ତ୍ରଶସ୍ତ୍ର ସହ ଗାଡ଼ି ଓ ଏୟାରକ୍ରାଫ୍ଟ ଛାଡ଼ି ଯାଇଛି । ଏଥିସହ ଆଫଗାନିସ୍ତାନରେ ଆରମ୍ଭ ହୋଇଯାଇଛି ଏକଛତ୍ରବାଦ ତାଲିବାନୀ ରାଜ୍ । ତାଲିବାନକୁ ନେଇ ଭୟ ଓ ଆତଙ୍କ ଛାଇ ଯାଇଥିବା ବେଳେ ଏକ ଭିଡିଓ ଭାଇରାଲ୍ ହେଉଛି । ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ହେଲିକପ୍ଟରରେ ଝୁଲାଇ ଦିଆଯାଇଛି ।
Afghan pilot flying this is someone I have known over the years. He was trained in the US and UAE, he confirmed to me that he flew the Blackhawk helicopter. Taliban fighter seen here was trying to install Taliban flag from air but it didn’t work in the end. https://t.co/wnF8ep1zEl
— BILAL SARWARY (@bsarwary) August 31, 2021
ସୋସିଆଲ୍ ମିଡିଆରେ ଦାବି ଅନୁସାରେ, ଆମେରିକା ସେନା ଯିବା ପରେ ବିମାନବନ୍ଦର ଉପରେ ଏକ ହେଲିକପ୍ଟର ଉଡ଼ୁଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଝୁଲୁଥିବା ଦେଖା ଯାଇଥିଲା । ଦାବି କରାଯାଇଥିଲା ଆମେରିକା ସେନାକୁ ସାହାଯ୍ୟ କରୁଥିବାରୁ ବ୍ୟକ୍ତି ଜଣଙ୍କୁ ଏଭଳି ନିର୍ଯାତନା ଦେଇଛନ୍ତି ତାଲିବାନୀ । ଅନ୍ତରାଷ୍ଟ୍ରୀୟ ମିଡିଆରେ ଏମିତି ଦାବି କରାଯାଉଥିବା ବେଳେ ଆଫଗାନିସ୍ତାନ ସାମ୍ବାଦିକ ଭାଇରାଲ୍ ଭିଡିଓର ସତ ସାମ୍ନାକୁ ଆଣିଛନ୍ତି ।
ବ୍ୟକ୍ତି ଜଣଙ୍କ ଝୁଲି ରହିଥିବା ହେଲିକପ୍ଟରଟି ଆମେରିକାର ସେନାର ବ୍ଲାକ ହକ୍ ହେଲିକପ୍ଟର । ଆଫଗାନିସ୍ତାନ ସାମ୍ବାଦିକଙ୍କ ଅନୁସାରେ, ତାଲିବାନ ବ୍ୟକ୍ତି ଜଣଙ୍କୁ ହତ୍ୟା କରି ଝୁଲାଇ ନାହାଁନ୍ତି । ବରଂ ଆକାଶ ମାର୍ଗରୁ ପତାକା ଲଗାଇବା ଲାଗି ହେଲିକପ୍ଟରର ସାହାରା ନିଆଯାଇଛି । ତେବେ ଏଭଳି ପ୍ରୟାସ ବିଫଳ ହୋଇଛି । ହେଲିକପ୍ଟର ଉଡ଼ାଉଥିବା ପାଇଲଟ ଆମେରିକା ଓ ୟୁଏଇରେ ଟ୍ରେନିଂ ନେଇଥିବା ଦାବି କରିଛନ୍ତି ଆଫଗାନ ସାମ୍ବାଦିକ ।
زموږ هوايي ځواک!
همدا شيبه د اسلامي امارت د هوايي ځواک هليکوپترې د کندهار ښار په فضا باندې الوتنې کوي. @A_Jahid_Jalal pic.twitter.com/GW4QWu1z8M— Jahid Jalal | جاهد جلال (@A_Jahid_Jalal) August 30, 2021
ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ଜଣେ ତାଲିବାନ । ଭିଡିଓକୁ ଜୁମ୍ କରି ଦେଖିଲେ ବ୍ୟକ୍ତି ଜଣଙ୍କୁ ହେଲିକପ୍ଟରରେ ବାନ୍ଧି ଝୁଲାଇଥିବା ଦେଖାଯାଉଛି । ଏହି ଭିଡିଓଟି ବିମାନବନ୍ଦରର ନୁହେଁ ବରଂ କନ୍ଧାର ଗଭର୍ଣ୍ଣର ଅଫିସର, ସେଠାରେ ପତାକା ଲଗାଇବାକୁ ପ୍ରୟାସ କରାଯାଉଥିବା ସ୍ଥାନୀୟ ସାମ୍ବାଦିକ କହିଛନ୍ତି ।