ତାଲିବାନ କଲେଜ, ପୁଅ-ଝିଅଙ୍କୁ ଅଲଗା କରୁଛି ପରଦା

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନ ତାଲିବାନ କବଜାରେ ଆସିବା ପରେ ତାଲିବାନୀ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଥିଲା ଯେ କଲେଜରେ ପୁଅ ଓ ଝିଅଙ୍କ କ୍ଲାସ ଅଲଗା ଅଲଗା ହେବ । ଆଉ ଯଦି ଏହା ସମ୍ଭବ ନ ହୁଏ ତେବେ କ୍ଲାସ ମଝିରେ ଏକ ପରଦା ଟଙ୍ଗାଯିବ। ତେବେ ତାଲିବାନର ଏହି ଆଦେଶ ପରେ ଆଫଗାନିସ୍ତାନର ଏକ କଲେଜର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋରେ ଦେଖିବାକୁ ମିଳୁଛି ଯେ କ୍ଲାସରୁମରେ ପୁଅ ଝିଅ ଏକାଠି କ୍ଲାସ ତ କରୁଛନ୍ତି ହେଲେ ଅଲଗା ଅଏଲଗା ବସି। ଆଉ ଏମାନଙ୍କ ମଝିରେ ଏକ ବଡ଼ ପରଦା ବି ଲଗା ହୋଇଛି । ଏହି ଫଟୋଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । କେବଳ ଏତିକି ନୁହେଁ କ୍ଲାସରେ ଛାତ୍ରମାନେ ପଠାନି କୁର୍ତ୍ତା ଓ ଝିଅମାନେ ନକାବ ପିନ୍ଧି ବସିଥିବା ଦେଖିବାକୁ ମିଳିଛି । ତାଲିବାନ ଜାରି କରିଥିବା ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଛି ଯେ କେଲଜରେ ଛାତ୍ରୀମାନଙ୍କ ପାଇଁ ତୁରନ୍ତ ଶିକ୍ଷୟତ୍ରୀମାନଙ୍କୁ ନିଯୁକ୍ତ କରାଯାଉ । ନଚେତ କେବେଳ ବରିଷ୍ଠ ଶିକ୍ଷକ ହିଁ ଛାତ୍ରୀମାନଙ୍କୁ ପାଠ ପଢ଼ାଇପାରିବେ।

ଏହାବ୍ୟତୀତ ଏଥିରେ ଏହା ମଧ୍ୟ ଲେଖାଯାଇଛି ଯେ ସମସ୍ତ ୟୁନିଭରସିଟି ଓ କଲେଜରେ ପୁଅ ଓ ଝିଅଙ୍କ ଏଣ୍ଟ୍ରି ଏବଂ ଏଗଜିଟ୍ ଅଲଗା ଅଲଗା କରାଯିବ। ଏଥିସହ ଝିଅମାନେ ପୁଅମାନଙ୍କ ୫ ମିନିଟ୍ ପୂର୍ବରୁ ନିଜ କାମ ସାରି ବାହାରିବେ। ଯାହାଫଳରେ ସେମାନଙ୍କୁ ଆଉ ପୁଅଙ୍କ ସହ ମିଳିମିଶା କରିବାକୁ ସୁଯୋଗ ମିଳିବ ନାହିଁ । ଏବଂ କଲେଜରୁ ସବୁ ଝିଅ ଯାଇସାରିଲା ପରେ ଯାଇ ପୁଅମାନେ ବାହାରିବେ। ସେତବେଳ ପର୍ଯ୍ୟନ୍ତ ପୁଅମାନେ ୱେଟିଂରୁମରେ ବସିବେ।

ତେବେ ସବୁଠୁ ବଡ଼ କଥା ହେଉଛି ତାଲିବାନ ନିଜର ପ୍ରଥମ କାର୍ଯ୍ୟକାଳ (୧୯୯୬-୨୦୦୧)ରେ ମହିଳାଙ୍କ ସ୍ୱାଧିନତା ଓ ଅଧିକାର ଛଡ଼େଇନେଥିଲା । ହେଲେ ବର୍ତ୍ତମାନ ଆଫଗାନିସ୍ତାନରେ ଝିଅମାନଙ୍କୁ ସ୍କୁଲ କଲେଜ ଯିବାକୁ ଅନୁମତି ମିଳିଛି । ତାଲିବାନର କହିବା କଥା ଯେ ଏଥର ସେମାନେ ସମସ୍ତଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ । କିନ୍ତୁ ତଥାପି ମହିଳାମାନେ ତାଲିବାନର ପୂର୍ବ ବର୍ବର୍ତାକୁ ଭୁଲିପାରୁନାହାଁନ୍ତି ଓ ଭୟରେ ଦେଶ ଛାଡ଼ି ପଳାଇବାକୁ ଚାହୁଁଛନ୍ତି।

 

Leave a Reply