ଏବେ ବି ବଦଳି ନାହାନ୍ତି ତାଲିବାନୀ; ଖବର ଉପସ୍ଥାପନ ବେଳେ ବୁର୍ଖା ପିନ୍ଧିବା କରାଗଲା ବାଧ୍ୟତାମୂଳକ

କାବୁଲ: ଆଶଙ୍କା ସତ ହେବାରେ ଲାଗିଛି । ୯ ମାସ ତଳେ କ୍ଷମତା ଦଖଲ କରିଥିବା ତାଲିବାନ ଦୁନିଆକୁ ନିଜର ଅଲଗା ଚେହେରା ଦେଖାଇବାକୁ ସବୁ ପ୍ରକାରର ଉଦ୍ୟମ କରିଥିଲା । ତାଲିବାନ ଜଣାଇବାକୁ ଚାହୁଁଥିଲା ଯେ, ୧୯୯୬ର ତାଲିବାନ ଓ ୨୦୨୧ର ତାଲିବାନ ଭିତରେ ଫରକ ଅଛି । କିନ୍ତୁ ଏବେ ଲାଗୁଛି ସେଇ ଫରକ ଥିଲା ଉପର ଦେଖାଣିଆ । ତାଲିବାନ ଯେଉଁଥିପାଇଁ କୁଖ୍ୟାତ ସେଇ ଚେହେରା ଏବେ ସାମ୍ନାକୁ ଆସିବାରେ ଲାଗିଛି । ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବୁଥିବା ତାଲିବାନର ନୂଆ ଆଦେଶ ହେଉଛି ନ୍ୟୁଜ୍ ଟିଭିରେ ଆଙ୍କର ମୁହଁ ଦେଖାଇ ପାରିବେ ନାହିଁ । ଖବର ପଢିଲା ବେଳେ ସେମାନଙ୍କୁ ମୁହଁ ଢାଙ୍କିବାକୁ ପଡିବ । ଏହି ଆଦେଶକୁ ନେଇ ଜାତିସଂଘ ଉଦବେଗ ପ୍ରକାଶ କରିଛି । କିନ୍ତୁ ତାଲିବାନକୁ କିଛି ଫରକ ପଡେନା । ତାଲିବାନର ହୁକୁମନାମାକୁ ଡରି ଆଙ୍କର ମୁହଁ ଘୋଡ଼ାଇବା ଆରମ୍ଭ ମଧ୍ୟ କଲେଣି । କିନ୍ତୁ ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହା କିଛି ଆଶା ସୃଷ୍ଟି କରିପାରେ । ଆଫଗାନିସ୍ତାନର ଜଣେ ମହିଳା ଆଙ୍କର ଖୋଲାଖୋଲି ତାଲିବାନକୁ ଚ୍ୟାଲେଂଜ୍ କରିଛନ୍ତି ।

Taliban say Afghan female TV anchors must cover their faces on air : NPR

ଆଫଗାନିସ୍ତାନରେ ଥାଇ ଶାସକ ତାଲିବାନର ନିର୍ଦ୍ଦେଶନାମାକୁ ମାନିନାହାନ୍ତି ଜଣେ ମହିଳା ଆଙ୍କର । ଗୁରୁବାର ତାଲିବାନୀଙ୍କ ପକ୍ଷରୁ ବିଭିନ୍ନ ନ୍ୟୁଜ ଚ୍ୟାନେଲରେ କାର୍ଯ୍ୟରତ ମହିଳା ଆଙ୍କରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁଥିରେ ଖବର ଉପସ୍ଥାପନ କରୁଥିବା ସମୟରେ ପୂରା ମୁହଁକୁ ଘୋଡ଼ାଇବା ନେଇ ମହିଳା ଆଙ୍କରମାନଙ୍କୁ କୁହାଯାଇଥିଲା । ଏହା ପୂର୍ବରୁ ତାଙ୍କ ପାଇଁ କେବଳ ହେଡ୍ ସ୍କାର୍ଫ ପିନ୍ଧିବା ଜରୁରୀ ଥିଲା । ଶନିବାର ଠାରୁ ଏହି ନିୟମ ଲାଗୁ ହେବାକୁ ଥିବା ବେଳେ ଏଠାକାର ଜଣେ ମହିଳା ଆଙ୍କର ବିନା ମୁହଁ ଘୋଡ଼ାଇ ଟିଭିରେ ଖବର ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଛି ।

Afghan women: Taliban enforcing face-cover order | CTV News

ଆଫଗାନିସ୍ତାନରେ ନ୍ୟୁଜ ଚ୍ୟାନେଲମାନେ ଶନିବାର ଠାରୁ ତାଲିବାନୀଙ୍କ ଏହି ଆଦେଶକୁ ଲାଗୁ କରିଦେଇଛନ୍ତି । ଏହା ଅନୁଯାୟୀ ମହିଳାମାନେ ଟିଭିରେ ଖବର ଉପସ୍ଥାପନ କରିବା ସମୟରେ ନିଜ ଚେହେରା ଘୋଡ଼ାଇବାକୁ ବାଧ୍ୟତାମୂଳକ କରିଦେଇଛନ୍ତି । ତେବେ ଏହା ସତ୍ତ୍ୱେ ମହୁଁ ଘୋଡ଼ାଇ ନଥିବା ଜଣେ ମହିଳା ଆଙ୍କରଙ୍କ ଛବି ଅନ୍ ଏୟାର ହୋଇଥିଲା । ତେବେ ମହିଳାଙ୍କ ବାସ୍ତବ ଚେହେରା ବଦଳରେ ଭର୍ଚୁଆଲ ଚେହେରା ଅନ୍ ଏୟାର ହୋଇଥିଲା ।

ତେବେ ଟେଲି ନ୍ୟୁଜ୍ ଆଙ୍କର ସୋନିଆ ନିୟାଜି କହିଛନ୍ତି ଯେ, ଆମେ ଏଭଳି ନିଷ୍ପତ୍ତିକୁ ବିରୋଧ କରୁଛୁ । କିନ୍ତୁ ଆମ ନ୍ୟୁଜ୍ ଚ୍ୟାନେଲକୁରେ ଏହି ନିର୍ଦ୍ଦେଶ ମାନିବାକୁ ବାଧ୍ୟ କରାଯାଉଛି । ଏବଂ କୁହାଯାଇଛି ଯେଉଁ ମହିଳା ଆଙ୍କର ଏଭଳି କରିବାକୁ ମନା କରୁଛନ୍ତି ସେମାନଙ୍କୁ ଅନ୍ୟ କୌଣସି କାମ ଦିଆଯାଉ ଅବା ବାହାର କରିଦିଆଯାଉ । ଏହା ଏକ ବିଦେଶୀ ସଂସ୍କୃତି ଯାହାକୁ ମାନିବାକୁ ଆମକୁ ବାଧ୍ୟ କରାଯାଉଛି । ଏହାକୁ ପାଳନ କରିବା ଦ୍ୱାରା ଆମକୁ ଖବର ଉପସ୍ଥାପନ ସମୟରେ ସମସ୍ୟା ହେଉଛି । ତାଲିବାନର ଏଭଳି ଆଦେଶ ଆମକୁ ଦେଶଛାଡ଼ି ଯିବା ନେଇ ଚିନ୍ତା କରିବାକୁ କରୁଛି । ତେବେ ଏଭଳି ନିର୍ଦ୍ଦେଶର କୌଣସି ଭବିଷ୍ୟତ ନଥିବା ମଧ୍ୟ ସେ କହିଛନ୍ତି ।

୧୯୯୬ରୁ ୨୦୦୧ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାରେ ଥିବା ସମୟରେ ମଧ୍ୟ ମହିଳାଙ୍କୁ ବୁର୍ଖା ପିନ୍ଧିବାକୁ ବାଧ୍ୟ କରିବା ସହ ଅନ୍ୟାନ୍ୟ ପ୍ରତିବନ୍ଧକ ଲଗାଇଥିଲା ।ସେତେବେଳେ ବିନା ବୁର୍ଖାରେ ଥିବା ମହିଳାଙ୍କୁ ତାଲିବାନର ଧାର୍ମିକ ପୋଲିସ ବେତ ମାଡ଼ କରୁଥିଲେ ।ନିକଟରେ ତାଲିବାନ ଆଉ ଏକ ଆଦେଶରେ ମହିଳାଙ୍କ ପବ୍ଲିକ ପାର୍କକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଆଦେଶରେ କୁହଯାଇଥିଲା ଯେ, କୌଣସି ମହିଳା ନିଜ ସ୍ୱାମୀଙ୍କ ସହିତ ମଧ୍ୟ ପାର୍କକୁ ଯାଇ ପାରିବେ ନାହିଁ ।