ଦୁଇରୁ ତିନି ଦିନ ପରେ ସରକାର ଗଢିବ ତାଲିବାନ

1 min read

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ତାଲିବାନକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ। ଏହାକୁ ନେଇ ତାଲିବାନ ପକ୍ଷରୁ ଆଧିକାରିକ ଭାବେ ବୟାନ ଜାରି କରାଯାଇଛି । ସରକାର ଗଠନ ପାଇଁ ଶନିବାର ହୋଇଥିବା ବୖେଠକ ପରେ ତାଲିବାନୀ ନେତା କହିଛନ୍ତି ଯେ ସରକାର ଗଠନ ସହ ନେତାଙ୍କ ନାଁ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ, ଏହି ନୂଆ ସରକାରର ନେତୃତ୍ୱ ତାଲିବାନର ସହ-ସଂସ୍ଥାପକ ମୁଲ୍ଲା ବରାଦର ନେବେ । ଏପରିକି ଦୋହା ସ୍ଥିତ ତାଲିବାନର ରାଜନୖେତିକ କାର୍ଯ୍ୟାଳୟର ଚେୟାରମ୍ୟାନ୍ ମୁଲ୍ଲା ଅବଦୁଲ୍ ଗନି ବରାଦରଙ୍କୁ ସରକାରର ପ୍ରମୁଖ ଭାବେ ଖୁବ୍ ଶୀଘ୍ର ଘୋଷଣା କରାଯିବ ।

Taliban To Form New Government In Afghanistan Today

ମୁଲ୍ଲା ଅବଦୁଲ୍ ଙ୍କ ସହ ତାଲିବାନର ସଂସ୍ଥାପକ ମୁଲ୍ଲା ଉମର୍ ଙ୍କ ପୁଅ ମୁଲ୍ଳା ମହମ୍ମଦ ୟାକୁବ୍ ଓ ଶେର ମହମ୍ମଦ ଅବାସ୍ ଷ୍ଟେନକଜଇଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯିବ ବୋଲି ଜଣାପଡିଛି । ଏପରିକି ସମସ୍ତ ଟପ୍ ନେତା କାବୁଲରେ ପହଞ୍ଚିଥିବା ନେଇ ପ୍ରକାଶ କରିଛନ୍ତି ତାଲିବାନର ସୂଚନା ଓ ସଂସ୍କୃତି ଆୟୋଗର ବରିଷ୍ଠ ଅଧିକାରୀ ମୁଫତି ଇନାମୁଲ୍ଲାହ ସାମଗାନି । ସରକାର ଗଠନ ପାଇଁ ଆପୋଷ ବୁଝାମଣା ହୋଇଥିବା ବେଳେ ଏବେ ମନ୍ତ୍ରୀମଣ୍ଡଳକୁ ନେଇ ବିଚାର ବିର୍ମଶ ଚାଲିଛି ।

Taliban Are All Set To Form Government In Afghanistan After Friday Prayers

ଜଣେ ବରିଷ୍ଠ ତାଲିବାନୀ ଅଧିକାରୀ କହିଛନ୍ତି ଯେ ସଙ୍ଗଠନର ସୁପ୍ରିମ ଲିଡର ହିବତୁଲ୍ଲା ଅଖୁନ୍ଦଜାଦା ଧାର୍ମିକ ମାମଲା ଓ ଇସଲାମ ଅଧିନରେ ରାଜବ୍ୟବସ୍ଥାର ଢାଞ୍ଚା ପ୍ରସ୍ତୁତ କରିବେ । ଏପରିକି ସରକାରରେ ୧୨ ମୁସଲିମ୍ ବିଦ୍ୱାନଙ୍କ ସୁରା ବା ପରାମର୍ଶଦାତା ପରିଷଦ ସହ ୨୫ ମନ୍ତ୍ରୀ ରହିବେ ।

Leave a Reply