spot_img

Latest Posts

୯ ବର୍ଷର ଝିଅକୁ ବିକ୍ରି କଲା ବାପା; କହିଲେ ‘ଏ ତୁମ ବୋହୂ, ତାକୁ ମାରିବନି‘

କାବୁଲ: ତାଲିବାନର ଶାସନ ଆଫଗାନିସ୍ତାନରେ ଆରମ୍ଭ ହେବା ପରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଏଭଳି ସମୟରେ ଜଣେ ବାପା ନିଜର ୯ ବର୍ଷୀୟ ଝିଅକୁ ୫୫ ବର୍ଷର ବ୍ୟକ୍ତିଙ୍କୁ ବିକ୍ରି କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଅବଦୁଲ୍ ମଲିକ ଗତ ମାସରେ ନିଜ ୯ବର୍ଷୀୟ ଝିଅ ପରୱାନା ମଲିକକୁ ଜଣେ ୫୫ ବର୍ଷ ବ୍ୟକ୍ତିଙ୍କ ହାତରେ ଟେକି ଦେଇଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଅବଦୁଲଙ୍କ ପାଖରେ ଅର୍ଥ ନଥିବାରୁ ବାଧ୍ୟ ହୋଇ ସେ ଝିଅକୁ ବିକି ଦେଇଥିବା ପ୍ରକାଶ କରିଛନ୍ତି । ପରିବାରରେ ୮ ଜଣ ଲୋକ ରହିଥିବା ବେଳେ ସମସ୍ତେ ଅସ୍ଥାୟୀ ଶିବିରରେ ଦିନ କାଟୁଛନ୍ତି ।

କେବଳ ଏତିକି ନୁହେଁ ପରିବାର ପ୍ରତିପୋଷଣ କରିବାକୁ ଯାଇ ସେ ପୂର୍ବରୁ ୧୨ ବର୍ଷୀୟ ଝିଅକୁ ମଧ୍ୟ ବିକ୍ରି କରିସାରିଛନ୍ତି। ଅଭାବ ଯୋଗୁଁ ପୁଣିଥରେ ଆଉ ଏକ ଝିଅକୁ ବଧୂ ଭାବେ ବୟସ୍କଙ୍କ ହାତରେ ଟେକିଦେଇଛନ୍ତି। ଏହି ସମୟରେ ସେ କାନ୍ଦି କାନ୍ଦି କହିଥିଲେ, ‘‘ଇଏ ଏବେ ତୁମର ବଧୂ, ତୁମ ହାତରେ ଟେକି ଦେଲି ଭଲଭାବେ ଯତ୍ନ ନେବ । ତା’କୁ ଜମା ମାରିବନି’’ ।

ଆଫଗାନିସ୍ତାନରେ ଏଭଳି ଅନେକ ବେସାହାରା ପରିବାର ରହିଛନ୍ତି ଯେଉଁମାନେ ବଞ୍ଚିବା ପାଇଁ ଘରର ଝିଅଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ପରିବାରର ପ୍ରତିପୋଷଣ ପାଇଁ ସେମାନଙ୍କ ପାଖରେ ଅନ୍ୟ ବିକଳ୍ପ ନଥିବା ଅଭିଯୋଗ କରିଛନ୍ତି ।

Latest Posts

Don't Miss