ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିବା ପରେ ଏମିତି କହୁଛି ଅଷ୍ଟ୍ରେଲିଆ

1 min read

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଆଫଗାନିସ୍ତାନ ଏବଂ ବାଲାଂଦେଶ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳା ଯାଉଥିବାବେଳେ ଆଫଗାନିସ୍ତାନ ବିଜୟୀ ହୋଇ ଟି-୨୦ ବିଶ୍ବକପର ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ସେପଟେ ସୋମବାର ଅଷ୍ଟ୍ରେଲିଆକୁ ଭାରତ ହରାଇ ସେମିରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ଯଦି ବାଲାଂଦେଶ ବିଜୟୀ ହୋଇଥାଆନ୍ତା ତାହେଲେ ଅଷ୍ଟ୍ରେଲିଆର ସେମି ରାସ୍ତା ଖୋଲିଥାନ୍ତା । ମାତ୍ର ଆଫଗାନିସ୍ତାନ ବିଜୟୀ ହେବାପରେ ଧୋକ୍କାରେ ସେମିଫାଇନାଲରେ ପହଞ୍ଚିଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋଚ ଜୋନାଥନ ଟ୍ରଟଙ୍କ ଇଶାରାରେ ମ୍ୟାଚ ଜାଣିଶୁଣି ବିଳମ୍ବ କରିବା ସହ ବର୍ଷା ହେବା ଆଫଗାନିସ୍ତାନକୁ ସୁହାଇଥିବା ଚର୍ଚ୍ଚା ହେଉଛି । ଗୁଲବୁଦ୍ଦିନ ସ୍ଲିପରେ ଛିଡ଼ା ହୋଇଥିବାବେଳେ ହଠାତ ଯନ୍ତ୍ରଣା ଅନୁଭବ କରିବା ଭଳି ଗଡ଼ି ପଡ଼ିଥିଲେ । ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା । କାରଣ ବର୍ଷା ହୋଇଥିଲା ।  ତେବେ ଟ୍ରଟ ଏହି ଇଶାରା ଦେଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ ଆହତ ହୋଇଥିବା ଗୁଲବୁଦ୍ଦିନ ଫିଲ୍ଡ ବାହାରକୁ ଯାଇଥିଲୋ । ଏବଂ ପରବର୍ତ୍ତୀ ସମୟରେ ସେବୋଲିଂ ମଧ୍ୟ କରିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ମ୍ୟାଚ ଜିତିବା ପରେ ଗୁଲବୁଦ୍ଦିନ ନଏବ ଦୃତଗତି ଦୌଡ଼ିଥିଲେ । ଯାହାକୁ ନେଇ ଅଷ୍ଟ୍ରେଲିଆର ଖେଳାଳିମାନେ ପ୍ରଶ୍ନ ଉଠାଇଛନ୍ତି । ଜାଣିଶୁଣି ଏଭଳି କରାଯାଇଥିବା ମଧ୍ୟ କୁହିଛନ୍ତି । ଏପରିକି ପୂର୍ବତନ କ୍ରିକେଟରମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।