ମଉଳିଲା ଇଂଲଣ୍ଡର ଆଶା, ଆଫଗାନିସ୍ତାନର ବଡ଼ ବିଜୟ

1 min read

ନନ୍ଦିଘୋଷ ବ୍ୟୁରୋ: ICC ଚାମ୍ପିଅନ୍ସ ଟ୍ରଫି 2025 ରେ ଇଲଣ୍ଡର ବଡ଼ ବିପର୍ଯ୍ୟୟ । ଇଂଲଣ୍ଡ ଭଳି ବିଶ୍ୱ ଚାମ୍ପିଅନ ଦଳକୁ ପରାସ୍ତ କରିଛି ଦୁର୍ବଳ ବିବେଚିତ ଆଫଗାନିସ୍ତାନ ଦଳ । ହସମତୁଲ୍ଲା ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଛଇ । ଏହି ପରାଜୟ ସହିତ, ଜସ୍ ବଟଲରଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି। ଏବେ ଆଫଗାନିସ୍ତାନ ଦଳ ସେମିଫାଇନାଲ ଦୌଡ଼ରେ ରହିଛି । ପରବର୍ତ୍ତୀ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଆଫଗାନିସ୍ଥାନ ।  ଯଦି ଆଫଗାନିସ୍ତାନ ଦଳକୁ ସେମିଫାଇନାଲରେ ପ୍ରବେଶ କରିବାକୁ ପଡ଼େ, ତେବେ ତାକୁ ଯେକୌଣସି ମୂଲ୍ୟରେ କଙ୍ଗାରୁ ଦଳକୁ ପରାସ୍ତ କରିବାକୁ ପଡ଼ିବ। ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କାଲି ଲାହୋରରେ ଅନୁଷ୍ଠିତ ହେବ ମ୍ୟାଚ।