ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ବ୍ୟୁରୋ ରିପୋର୍ଟ: ଦିନିକିଆ ବିଶ୍ବକପ କ୍ରିକେଟରେ ବଡ଼ ବିପର୍ଯ୍ୟୟ । ଡିଫେଣ୍ଡିଂ ଚାମ୍ପିଅନକୁ ହରାଇଲା ଆଫଗାନିସ୍ତାନ ।  ଇଂଲଣ୍ଡ ବିପକ୍ଷ ମୁକାବିଲାକୁ ୬୯ ରନରେ ଜିତି ଚଳିତ ବିଶ୍ବକପରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୮୪ରନର ବଡ଼ ସ୍କୋର କରି ଅଲଆଉଟ ହୋଇଯାଇଥିଲା । ରହେମାନଉଲ୍ଲା ଗୁରବାଜ ୮୦ ଓ ଇକ୍ରାମ ଆଲିଖିଲ ୫୮ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଅଡିଲ ରଶିଦ ୩ଟି ଓ୍ବିକେଟ ନେଇଥିଲେ । ୨୮୫ ରନର ଲକ୍ଷ୍ୟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ପୂର୍ବତନ ବିଶ୍ବକପ ବିଜେତା ଇଂଲଣ୍ଡ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଥିଲା । ଶେଷରେ ୪୦.୩ ଓଭରରେ ଇଂଲଣ୍ଡ ୨୧୫ ରନ କରି ଅଲଆଉଟ ହୋଇଯାଇଥିଲା । ମୁଜୀବ ଉର ରହେମାନ ଓ ରସିଦ ଖାଁ ୩ଟି ଲେଖାଁଏ ଓ୍ବିକେଟ ନେଇଥିଲେ । ମହମ୍ମଦ ନବୀ ୨ଟି ଓ୍ବିକେଟ ନେଇ ଦଳକୁ ବିଜୟ ଭେଟିଦେଇଥିଲେ । ୩ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତି ଇଂଲଣ୍ଡ ଏବେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବାବେଳେ ଆଫଗାନିସ୍ତାନ ଷଷ୍ଠ ସ୍ଥାନରେ ରହିଛି ।