ନବରଙ୍ଗପୁରରେ ଓକିଲଙ୍କ ନିଆରା ନିଷ୍ପତ୍ତି; ଲଢ଼ିବେନି ଦୁଷ୍କର୍ମକାରୀଙ୍କ କେସ୍‌

ନବରଙ୍ଗପୁର: ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା । ଅଭିଯୁକ୍ତ ଗିରଫ ହେବା ପରେ କେସ୍‌ ନଲଢ଼ିବା ପାଇଁ ଓଲିକଙ୍କ ଅପିଲ । ଏଭଳି ଅପିଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ।

ସୂଚନା ଅନୁଯାୟୀ, କୋଷାଗୁମୁଡ଼ା ଥାନା ଗୁମଣ୍ଡଳୀ ଗାଁରେ ଗତ ୧୪ ତାରିଖ ଦିନ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏନେଇ ଅଭିଯୋଗ ପରେ ପୋଲିସ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ସେପଟେ କିନ୍ତୁ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଏକ ବଡ଼ ନିଷ୍ପତ୍ତି ନେଇଛି । ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ସପକ୍ଷରେ କୌଣସି ଓକିଲ କେସ୍‌ ଲଢ଼ିବେନାହିଁ ବୋଲି ନିଷ୍ପତ୍ତି ନେଇଛି ସଂଘ । ଖାଲି ସେତିକି ନୁହେଁ କୋରାପୁଟ ଜିଲ୍ଲାର କୌଣସି ଓକିଲ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ କେସ୍‌ ନଲଢ଼ିବା ପାଇଁ ଅପିଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ।

 

Leave a Reply