ମହିଳା ଆଇନଜୀବୀ ଦୀପାଳି ଜେନା ଡେଥ୍ ମିଷ୍ଟ୍ରି, ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ

1 min read

ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା । ଦୀପାଳିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଧଉଳି ପୋଲିସର ହସ୍ତଗତ ହୋଇଛି । ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଦୀପାଳି ଫ୍ୟାନରେ ଓହଳି ପଡିଥିବାରୁ ଶ୍ୱାସରୁଦ୍ଧ ହୋଇଥିଲା, ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଧଉଳି ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ ସୂଚନା ଦେଇଛନ୍ତି ।

Advocate Deepali Death case
ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ ବେକରେ ଭି-ସେପ୍‌ ଚିହ୍ନ ରହିଛି । ରାତି ପ୍ରାୟ ୧୦ଟାରୁ ୨ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଦେହରେ କୌଣସି ପ୍ରକାରର କ୍ଷତ ଚିହ୍ନ ନାହିଁ । ଅନ୍ୟପଟେ ଦୀପାଳିଙ୍କ ମୃତ୍ୟୁ ପର ଠାରୁ ତାଙ୍କର ପୁରୁଷ ବନ୍ଧୁ ବିକ୍ରମ ମିଶ୍ରଙ୍କ ଫୋନ ଅଫ୍‌ ରହିଥିବା ବେଳେ ସେ ଫେରାର ଅଛନ୍ତି । ବିକ୍ରମଙ୍କୁ ଧରିବା ପାଇଁ ଧଉଳି ଥାନା ପୋଲିସ ଏକ ସ୍ପେଶାଲ ଟିମ୍‌ ଗଠନ କରିଛି । ବିକ୍ରମଙ୍କ କୋଲକାତା ସ୍ଥିତ ବାସଭବନରେ ପୋଲିସ ଛାନଭିନ୍ କରିଥିଲେ ମଧ୍ୟ ତାଙ୍କର କିଛି ପତ୍ତା ମିଳିନି । ବିକ୍ରମ ଧରା ପଡ଼ିଲା ପରେ ହିଁ ଦୀପାଳି କାହିଁକି ଆତ୍ମହତ୍ୟା କଲେ ଜଣାପଡିବ ବୋଲି କମିଶନରେଟ ପୋଲିସ କହିଛି । ')}

Leave a Reply