spot_img

Latest Posts

ହସ୍ପିଟାଲରେ ମିଳିଲାନି ବେଡ୍, ବାଇକ୍ ଉପରେ ଚାଲିଗଲା ଓକିଲଙ୍କ ଜୀବନ

ନୂଆଦିଲ୍ଲୀ: ହସ୍ପିଟାଲରେ ମିଳିଲାନି ବେଡ୍ । ବାଇକ୍ ଉପରେ ଚାଲିଗଲା ଓକିଲଙ୍କ ଜୀବନ । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଦୁଃଖଦ ଖବର । ଚିକିତ୍ସା ଅଭାବରୁ ମଧ୍ୟପ୍ରଦେଶର ରତଲାମରେ ଜଣେ ଓକିଲ ସୁରେଶ ଡାଗରଙ୍କ ଜୀବନ ଯାଇଛି। ସୁରେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ମା’ ଓ ଭାଇ ତାଙ୍କୁ ରତଲାମ ହସ୍ପିଟାଲକୁ ନେଇଥିଲେ। ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବା ପରେ ବି ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇ ନ ଥିଲା। ନିକଟରେ ଥିବା ଏକ ଘରେଇ ହସ୍ପିଟାଲରେ ବି ବେଡ୍ ମିଳିଲାନି।

ଆଉ ଏକ ହସ୍ପିଟାଲକୁ ନେଉଥିବା ବେଳେ ରାସ୍ତାରେ ହିଁ ସୁରେଶଙ୍କ ମୃତ୍ୟୁ ହୋଇଥିଲା। କେତେଜଣ ପୋଲିସ କର୍ମଚାରିଙ୍କ ସହଯୋଗରେ ଆମ୍ବୁଲାନ୍ସରେ ସୁରେଶଙ୍କୁ ହସ୍ପିଟାଲ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଠିକ୍ ସମୟରେ ଚିକିତ୍ସା ମିଳି ଯାଇଥିଲା ସୁରେଶଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା। କରୋନା ପଜିଟିଭ୍ ଥିବା ଆଶଙ୍କାରେ କୌଣସି ହସ୍ପିଟାଲରେ ସୁରେଶଙ୍କୁ କୌଣସି ହସ୍ପିଟାଲରେ ଆଡମିଟ କରାଯାଇ ନଥିଲା ବୋଲି ପରିବାର ଲୋକେ କହିଛନ୍ତି।

Latest Posts

Don't Miss