ବିଭିନ୍ନ ବିଭାଗ ଓ ବୋର୍ଡରେ ନିଯୁକ୍ତ ହେଲେ ଉପଦେଷ୍ଟା
![](https://nandighoshatv.com/wp-content/uploads/2023/01/vlcsnap-2023-01-30-23h26m39s818.png)
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ବୋର୍ଡରେ ନିଯୁକ୍ତ ହୋଇଛନ୍ତି ଉପଦେଷ୍ଟା । ସୁରେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ କୃଷି ବିପଣନ ବୋର୍ଡର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଥିବାବେଳେ ଅନୁଭବ ପଟ୍ଟନାୟକଙ୍କୁ ଇଲୋକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ସେହିପରି ସୁଧୀର ଦାସ, ନିବେଦିତା ନାୟକ ବିଏସକେଓ୍ବାଇର ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ମିଶନ ଶକ୍ତିର ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି ଡ. ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆ । ସୁମିତ୍ରା ଜେନା ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ନିଯୁକ୍ତି ।