କରୋନା ଭୁତାଣୁକୁ ମାରିବା ପାଇଁ ଆମେରିକା ବାହାର କଲା ଓଟିସି ଅଏଣ୍ଟମେଣ୍ଟ

1 min read

ନୂଆଦିଲ୍ଲୀ: ଆମେରିକାର ଏକ ଫାର୍ମା କମ୍ପାନୀ ଆଡଭାନ୍ସଡ ପେନେଟ୍ରେସନ ଟେକ୍ନୋଲୋଜି ଏଲଏଲସି ଏକ ଏଭଳି ଔଷଧ ପ୍ରସ୍ତୁତ କରିଛନ୍ତି ଯାହାକୁ ନାକରେ ଲଗାଇବା ଦ୍ୱାରା ୩୦ ସେକେଣ୍ଡ ମଧ୍ୟରେ କରୋନା ଭୂତାଣୁ ନିହତ ହେଉଛି । ଗଣ ମାଧ୍ୟମର ଖବର ଅନୁସାରେ ଏହି ଔଷଧକୁ ଆମେରିକାର ଫୁଡ ଏବଂ ଡ୍ରଗ୍ସ ଆଡମିନଷ୍ଟ୍ରେସନ ଅନୁମତି ଦେଇ ସାରିଛି । ଏବେ ଏହାକୁ ନନ ‘ପ୍ରେସକ୍ରିପ୍ସନ ଓଭର ଦ କାଉଣ୍ଟର’ ଭାବରେ ବିକ୍ରି କରାଯାଉଛି । କମ୍ପାନୀର ଦାବି ଅନୁଯାୟୀ ଏହି ଔଷଧ କରୋନା ଭାଇରସ ସହିତ ଅନ୍ୟ ଭାଇରାଲ ସଂକ୍ରମଣକୁ ମଧ୍ୟ ଭଲ କରି ଦେଉଛି । ତେବେ ଏହି ଔଷଧକୁ ନାକରେ ଲଗାଇବା ଦ୍ୱାରା କରୋନା ଭୂତାଣୁ ମରିଯାଏ ।


ଆମେରିକା ବ୍ୟତୀତ ଲଣ୍ଡନ ସ୍ଥିତ ଲ୍ୟାବ ଭିଆରଏସଏଲ ଓଟିସି ଅଏଣ୍ଟମେଣ୍ଟର ପରୀକ୍ଷଣ କଲେ ଏବଂ କରୋନା ଭାଇରସ କିମ୍ବା ଇନଫ୍ଲୁଏଞ୍ଜା ଏ ଭାଇରସକୁ ମାରିବାରେ ଏହା ସକ୍ଷମ ବୋଲି ଦାବି କରିଛନ୍ତି । ଏହାକୁ ଦୁଇ ମାସ ପରୀକ୍ଷଣ କରିବା ପରେ ୟୁଏସଏଫଡିଏରୁ ଅନୁମତି ମିଳିଛି ।

Advanced Penetration Technology LLC ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଅଧିକତର ମାମଲାରେ କରୋନା ଭାଇରସ ନାକ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ । ଏହି ଅଏଣ୍ଟମେଣ୍ଟକୁ ବ୍ୟବହାର କରି କରୋନା ଭୂତାଣୁ କବଳରୁ ରକ୍ଷା ପାଇହେବ ।

Leave a Reply