ଥାନାରେ ହାଜର ହେଲେ ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ସିଂହଦେଓ

1 min read

ବଲାଙ୍ଗୀର: ବଲାଙ୍ଗୀର ଟାଉନ ଥାନାରେ ରାଜ ପରିବାରର ବୋହୂ । ଅନଙ୍ଗ ଉଦୟ ସିଂହଦେଓଙ୍କ ସାନବୋହୂ ତଥା ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ବଲାଙ୍ଗୀର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି I ପ୍ୟାଲେସକୁ ଯିବା ପାଇଁ ଅଦ୍ରିଜା ପୋଲିସ ସୁରକ୍ଷା ମାଗିଛନ୍ତି I

ଶ୍ୱଶୁର ଘରେ ଥିବା ତାଙ୍କର କିଛି ଜିନିଷ ନେବା ପାଇଁ ସେ ପୋଲିସ ସହାୟତାରେ ଯିବେ I ଗତ ଡିସେମ୍ବର ମାସରେ ସ୍ଵାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ନାଁରେ ଅଦ୍ରିଜା ଡେରାଡୁନ ଥାନାରେ ନିର୍ଯାତନା ଅଭିଯୋଗ କରିଥିଲେ I

କିନ୍ତୁ ପୋଲିସ ମାମଲା ରୁଜୁ ନକରିବାରୁ ମେ ମାସରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ I କୋର୍ଟଙ୍କ ନିର୍ଦ୍ଦେଶ ପରେ ଡେରାଡୁନ୍ ପୋଲିସ ଅର୍କେଶ ସିଂହଦେଓ ଏବଂ ତାଙ୍କର ଦୁଇ ଜଣ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ।