ଗଣେଶ ପୂଜା ନେଇ ନିଷ୍ପତି ନେବ ପ୍ରଶାସନ : ହାଇକୋର୍ଟ

ଭୁବନେଶ୍ୱର: କଟକ ଓ ଭୁବନେଶ୍ୱରରେ ସାର୍ବଜନୀନ ଗଣେଶ ପୂଜା ହେବ କି ନାହିଁ ? ଏହାକୁ ନେଇ ହାଇକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ପୂଜା ସଂକ୍ରାନ୍ତୀୟ ନିଷ୍ପତି ପ୍ରଶାସନ ନେବ ବୋଲି କହିଛନ୍ତି । କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ନିକଟରେ ପୂଜା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା ।

ସାର୍ବଜନୀନ ଗଣେଶ ପୂଜା ହୋଇ ପାରିବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ଆଇନ ଅମାନ୍ୟ କରି ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପୋଲିସ ଚେତାବନୀ ଦେଇଥିଲା । ଏହା ବିରୋଧରେ କଟକର ବୁଢା ଗଣେଶ ପୂଜା କମିଟି ସଭାପତି ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଯାହାର ବିଚାର କରି ହାଇକୋର୍ଟ ପୂଜା ହେବ କି ନାହିଁ ତାହାର ନିଷ୍ପତି ପ୍ରଶାସନ ନେବ ବୋଲି କହିଛନ୍ତି । ସୂଚନାଯାଗ୍ୟ ଯେ,ଏଥର ଗଣେଶ ପୂଜା ଦୁଇ ଦିନ ପରେ ଅର୍ଥାତ ୨୨ ତାରିଖରେ ପଡୁଛି ।

Leave a Reply