୧କୋଟି ୭୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛକୁ ଜାଳି ନଷ୍ଟ କଲା ପ୍ରଶାସନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ । ଚଢ଼ାଉରେ ୧କୋଟି ୭୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । କ.ନୂଆଗାଁ ଥାନା କଡ଼ୁତୁଲି,ଜମାପଦର ଓ ଜନାଗୁଲ୍ ଅଞ୍ଚଳରେ ୧୭୦ ଏକର ସରକାରୀ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ ହୋଇଥିଲା । କନ୍ଧମାଳ ଏସପି ଓ ଅବକାରୀ ଏସପିଙ୍କ ନିର୍ଦ୍ଦେଶରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ଭାବେ ଚାଲିଛି ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ।

ସେପଟେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଆଡ଼ିବଙ୍ଗାରେ ବିଷାକ୍ତ ମଦର ଆତଙ୍କ । ସଲପ ମଦ ପିଇ ୪ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ଆଡ଼ିବଙ୍ଗାର ଅଶୋକ ବଳିଆରସିଂ, ପ୍ରକାଶ ପଡ୍ରା, ସନ୍ତୋଷ ମଲ୍ଲିକ ଓ ବ୍ରାହ୍ମଣୀ ଗାଁର ଦେବେନ୍ଦ୍ର ନାୟକ । ଗତକାଲି ସମସ୍ତେ ସଲପ ମଦ ପିଇ ହଠାତ ଅସୁସ୍ଥ ହୋଇପଡିଥିଲେ । ସମସ୍ତ ଗୁରୁତରଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply