କମିଶନ ଓ କମିଟି ଗଠନରେ ଚାଲିଛି ଶାସନ: ମିଳୁନି ନ୍ୟାୟ, ସାର୍ବଜନୀନ ହେଉନି ରିପୋର୍ଟ
1 min read
କମିଶନ ଓ କମିଟି ଗଠନରେ ଚାଲିଛି ଶାସନ । ମିଳୁନି ନ୍ୟାୟ, ସାର୍ବଜନୀନ ହେଉନି ରିପୋର୍ଟ । ବିଜେଡିର ଅଭିଯୋଗ ରାଜନୈତିକ ସଂପୃକ୍ତିକୁ ଘଣ୍ଟ ଘୋଡ଼ାଯାଉଛି । ମୁହାମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି । ୧୩ ଜୁଲାଇ ୨୦୨୪-ଏଏସଓଙ୍କୁ ମାଡ ମାରିଲେ ପୂର୍ବତନ ରାଜ୍ୟପାଳଙ୍କ ପୁଅ। ଜିଲ୍ଲାପାଳସ୍ତରୀୟ ତଦନ୍ତ ରିପୋର୍ଟ ନିର୍ଦ୍ଦେଶ ଦେଲେ ସରକାର। ବର୍ଷେ ପରେ ବି ଫଳଶୂନ। ୧୫ ସେପ୍ଟେମ୍ବର ୨୦୨୪- ଭରତପୁର ଘଟଣା। ୯ ଜୁଲାଇ ୨୦୨୪ ରଥ ଉପରେ ବଡ ଠାକୁର ପଡିଗଲେ। ରିପୋର୍ଟ ଦିଆଗଲା ହେଲେ ସାର୍ବଜନୀନ ହେଲାନି। ୨୯ ଜୁନ ୨୦୨୫ରେ ରଥଯାତ୍ରା ଦଳାଚକଟା କମିଶନ ରିପୋର୍ଟ ସରକାରଙ୍କୁ ଦିଆଗଲା, ହେଲେ ସାର୍ବଜନୀନ ହେଲାନି । ମଣ୍ଡିପଙ୍କା, ଚିକିଟି ମଦମୃତ୍ୟୁ , ଜଗନ୍ନାଥ ଜମି କମିଟି, ଭୁବନେଶ୍ବର ମେଟ୍ରୋ କମିଟି, ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ, କୋଟିଆ କମିଟି, ଦାଦନ ପରି ଅନେକ କମିଟି ଓ ତଦନ୍ତ ବସାଇଛନ୍ତି ୧୩ ମାସର ବିଜେପି ସରକାର। ହେଲେ କୌଣସି ଗୋଟିଏ କମିଶନ କି କମିଟି ରିପୋର୍ଟ ସାର୍ବଜନୀନ ହୋଇନାହିଁ । ଏପରିକି ତଦନ୍ତ ରିପୋର୍ଟ ଆଧାରରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହାବି ଅଗୋଚରରେ ରହିଗଲା । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି- ବିଭିନ୍ନ ଘଟଣାରେ ବିଜେପି ନେତାଙ୍କ ସଂପକ୍ତି ରହୁଥିବାରୁ ସରକାର ତଦନ୍ତ ଓ କମିଶନ ଆଳରେ ଘଣ୍ଟ ଘୋଡାଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି ।
କମିଶନ ଓ ତଦନ୍ତ ନିର୍ଦ୍ଦେଶ ନେଇ ଅଜବ ଯୁକ୍ତି ବାଢିଛନ୍ତି ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । ରିପୋର୍ଟ ସାର୍ବଜନୀନ କରାଯିବ କି ନାହିଁ ସରକାର ନିଷ୍ପତ୍ତି ନେବେ । ପୂର୍ବରୁ ବିଜେପି ବିଧାୟକ ଅଶ୍ବିନୀ ଷଢଙ୍ଗୀ ମଧ୍ୟ କହିଥିଲେ ସବୁ ରିପୋର୍ଟ ସାର୍ବଜନୀନ କରିବା ଆବଶ୍ୟକ ନୁହେଁ । କମିଶନ ଓ ତଦନ୍ତ ରିପୋର୍ଟ ନେଇ ବିରୋଧୀ ଶାସକ ଦଳକୁ ଘେରିବା ପରେ ଏପରି ଜବାବ ଦେଇଛି ବିଜେପି । ବିଜେପି ସରକାର ଆସିବା ଆରମ୍ଭରୁ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା, ଅସଦାଚରଣ ଓ ଆଇନଶୃଙ୍ଖଳା ସ୍ଥିତି। ସେପଟେ ତଦନ୍ତ କମିଶନ ରିପୋର୍ଟ କାହିଁକି ସାର୍ବଜନୀନ କରାଯାଉନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ।