ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ବର: ରାମ ମନ୍ଦିର ପଛ ପ୍ରଦର୍ଶନୀ ପଡ଼ିଆରେ ଆଜି ଠାରୁ ଆରମ୍ଭ ହେବ ଆଦିବାସୀ ମେଳା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା । ଆଦିବାସୀ ମେଳାର ବିଶେଷ ଆକର୍ଷଣ ରହିବ ଆଦିବାସୀଙ୍କ ଗାଁ, ହାଟ, କଳା ଓ ସଂସ୍କୃତିର ଷ୍ଟଲ, ଖାଦ୍ୟ କୋର୍ଟ । ଏହାସହ ଲାଇଭ ଡେମୋନଷ୍ଟ୍ରେସନ ଦେଖିବାକୁ ମିଳିବ । ଚଳିତବର୍ଷ ଆଦିବାସୀ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ଆଦିବାସୀ ସାମଗ୍ରୀ ବିକ୍ରୟ ପାଇଁ ୧୪୭ଟି ଷ୍ଟଲ ରହିବ । ଏଥିସହିତ ଆଦିବାସୀ କଳା ସଂସ୍କୃତିର ଝଲକ ପାଇଁ ୪୦ଟି ଷ୍ଟଲ ରହିବ । ୧୫ ଟି ଷ୍ଟଲରେ ଲାଇଭ ଡେମୋନଷ୍ଟ୍ରେସନ କରାଯିବ ।
ବିର୍ସା ମୁଣ୍ଡାଙକ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ଵାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି । ପ୍ରତ୍ୟେକ ସଂଧ୍ୟାରେ ଆଦିବାସୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହେବ । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଦିବାସୀ ମେଳାକୁ ଆଗୁଆ କରାଯାଇଛି ।