ମହାରାଷ୍ଟ୍ରରେ କମ୍ପିବେ ରାହୁଲ ଆଦିତ୍ୟ ଠାକରେ, ଭାରତ ଯୋଡୋ ଯାତ୍ରାରେ ଏକାଠି

ମୁମ୍ବାଇ: କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ଆଦିତ୍ୟ ଠେକରେ । ୬୧ଦିନରେ ମହାରାଷ୍ଟ୍ରରେ ପହଞ୍ଚିବ ଭାରତ ଯୋଡୋ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲୁଥିବା ଏହି ଯାତ୍ରା ସୋମବାର ସନ୍ଧ୍ୟାରେ ତେଲେଙ୍ଗାନାରୁ ବାହାରି ମହାରାଷ୍ଟ୍ରରେ ପହଞ୍ଚିବ । ଏହି ସମୟରେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଉଦ୍ଧବଙ୍କ ସ୍ଥାନରେ ଆଦିତ୍ୟ ଠାକରେ ସାମିଲ ହେବେ । ଆସନ୍ତା ନଭେମ୍ବର ୯ରେ ରାହୁଲଙ୍କ ସହ ଆଦିତ୍ୟ ଠାକରେ ଭାରତ ଯୋଡୋରେ ସାମିଲ ହେବେ ।

ଦୁଇ ମାସ ଦକ୍ଷିଣ ଭାରତରେ ପଦଯାତ୍ରା କରି ମହାରାଷ୍ଟ୍ରରେ ପହଞ୍ଚିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ । ମହାରାଷ୍ଟ୍ରରେ ରାହୁଲ ନାନ୍ଦେଡ ସମେତ ଅନେକ ଜିଲ୍ଲାରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ୧୪ ଦିନର ଯାତ୍ରା ସମୟରେ ୩୮୧ କିଲୋମିଟର ଚାଲିବେ ରାହୁଲ । ୧୫ ବିଧାନସଭା ଓ ୬ ସଂସଦୀୟ କ୍ଷେତ୍ରରେ ସେ ଯାତ୍ରା କରିବେ । ଏହି ସମୟରେ ପ୍ରତିଦିନ ସେ ୨୨ରୁ ୨୩ କିଲୋମିଟର ଚାଲିବେ । ନଭେମ୍ବର ୨୦ ସନ୍ଧ୍ୟାରେ ମଧ୍ୟ ପ୍ରଦେଶରେ ପ୍ରବେଶ କରିବା ପୂର୍ବରୁ ନାନ୍ଦେଡ, ହିଙ୍ଗୋଲି, ୱାଶିମ, ଅକୋଲା ଓ ବୁଲଢାଣା ଜିଲ୍ଲା ଦେଇ ଅତିକ୍ରମ କରିବେ ।

ଦକ୍ଷିଣ ଭାରତର ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବରରେ ଆରମ୍ଭ ଯାତ୍ରା ଏବେ ପଶ୍ଚିମ ଭାରତରେ ପହଞ୍ଚିଛି । ମହାରାଷ୍ଟ୍ର ଯିବା ପୂର୍ବରୁ ତେଲେଙ୍ଗାନାରେ ରାହୁଲ ଅନେକ ନେତା, ବ୍ୟକ୍ତିତ୍ବ ଖେଳାଳୀ, ବ୍ୟବସାୟୀ ଓ ମନୋରଞ୍ଜନ କ୍ଷେତ୍ରର ଅନେକ କଳାକାରଙ୍କୁ ଭେଟିଥିଲେ । ୧୫୦ ଦିନ ଚାଲୁଥିବା ୩୫୭୦ କିଲୋମିଟର ଏହି ଯାତ୍ରା ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ ଜମ୍ମୁ କାଶ୍ମୀରରେ ଶେଷ ହେବ  ।