ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ଦିଶା ଓ ଆଦିତ୍ୟଙ୍କ ଯୋଡ଼ି

ଆଦିତ୍ୟ ରୟ କାପୁର ଓ ଦିଶା ପଟାନୀ ଷ୍ଟାରର୍‌ ଫିଲ୍ମ ‘ମଲଙ୍ଗ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ ଦେଖିବାକୁ ମିଳିଥିବା ବେଳେ ଦିଶାଙ୍କ ଅଭିନୟ ସହ ଡ୍ୟାନ୍ସ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଫିଲ୍ମଟି ଆଦିତ୍ୟ ଓ ଦିଶାଙ୍କ ରିଭେଞ୍ଜ ଷ୍ଟୋରୀକୁ ନେଇ ଆଧାରିତ ।

ଏଥିରେ ଅନୀଲ କପୁରଙ୍କୁ ଜଣେ ପୋଲିସ ଅଫିସର୍‌ ଭୂମିକାରେ ଦେଖିବାକୁ ମିଳିଛି। ହାତରେ ବନ୍ଧୁକ ଧରି ସେ ଜବରଦସ୍ତ ଆକ୍ସନ ଦେଖାଇଛନ୍ତି। ତାଙ୍କ ବ୍ୟତୀତ କୁନାଲ ଖେମୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୬ କୋଟି ଟଙ୍କା ଆୟ କରିଥିବାବେଳେ ଦ୍ୱିତୀୟ ଦିନରେ ୫ କୋଟି ଟଙ୍କା କମାଇଛି। ଫିଲ୍ମକୁ ଦର୍ଶକଙ୍କଠାରୁ ଭଲ ରେସ୍ପନ୍ସ ମିଳିଥିବା ବେଳେ ସିନେ ସମୀକ୍ଷକମାନେ ଫିଲ୍ମକୁ ପ୍ରଶଂସା କରିଥିଲେ।

Leave a Reply