ନେହାଙ୍କ ପରେ ବିବାହ ନେଇ ଖୁଲାସା କଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ନେହା କକ୍କର ଆଜିକାଲି ତାଙ୍କ ବିବାହ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଖୁବ ଶୀଘ୍ର ନେହା ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଗତକାଲି ନେହା ଗୋଲାପୀ ରଂଗର ଏକ ସାଲୱାର କମିଜରେ ଫଟୋ ସେୟାର କରି ଏକ କ୍ୟାପସନ ଲେଖିଥିଲେ । ଏହି ପୋଷ୍ଟରୁ ଜଣା ପଡ଼ୁଛି ଯେ, ସେ ବିବାହ ନେଇ ବେଶ ଖୁସି ଅଛନ୍ତି । ଏଥି ସହିତ ତାଙ୍କ ପରେ ଇଣ୍ଡିଆନ୍ ଆଇଡଲ୍ ହୋଷ୍ଟ ଆଦିତ୍ୟ ନାରାୟଣ ମଧ୍ୟ ନିଜ ବିବାହ ବିଷୟରେ ପ୍ରକାଶ କରିଛନ୍ତି ।

ଆଦିତ୍ୟ ତାଙ୍କ ପ୍ରେମିକା ଶ୍ୱେତା ଅଗରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ସେ ଖୁଲାସା କରିଛନ୍ତି। ଆଦିତ୍ୟ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଶାପିତ୍ ଫିଲ୍ମର ସୁଟିଂ ସେଟ୍ ରେ ସେ ଶ୍ୱେତାଙ୍କୁ ଭେଟିଥିଲେ । ପରେ ଦୁହେଁ ପରସ୍ପରଙ୍କୁ ଡେଟ୍ କରୁଥିଲେ ଓ ରିଲେସନଶିପରେ ଆସିଥିଲେ । ଆଦିତ୍ୟଙ୍କ ପିତାମାତା ଶ୍ୱେତାଙ୍କୁ ବହୁତ ପସନ୍ଦ କରନ୍ତି । ନଭେମ୍ବର କିମ୍ବା ଡିସେମ୍ବର ମାସରେ ଉଭୟ ବିବାହ କରିବେ । ଆଦିତ୍ୟଙ୍କ ଅନୁସାରେ ଆଜିକାଲି ବିବାହ ବିଚ୍ଛେଦ ମାମଲା ବହୁତ ମାତ୍ରାରେ ଦେଖିବାକୁ ମିଳୁଛି । ସେଥିପାଇଁ ସେ ଶ୍ୱେତାଙ୍କୁ ଭଲ ଭାବେ ଭଲଭାବେ ଜାଣିବାକୁ ଚାହୁଁଥିଲେ । ଏବେ ଏତେ ବର୍ଷର ସମ୍ପର୍କ ପରେ ସେ ଅନୁଭବ କରୁଛନ୍ତି ଯେ, ବର୍ତ୍ତମାନ ବିବାହ କରିବାର ଉପଯୁକ୍ତ ସମୟ ଆସିଛି ।

ନେହା କକ୍କର ଏବଂ ଆଦିତ୍ୟଙ୍କ ବିବାହ ଖବର ମଧ୍ୟ ବହୁ ପୂର୍ବରୁ ଖୁବ ଚର୍ଚ୍ଚାରେ ଥିଲା। ଦର୍ଶକମାନେ ମଧ୍ୟ ଉଭୟଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଥିଲେ । ଦୀର୍ଘ ଦିନ ଯାଏଁ ନେହା ଓ ଆଦିତ୍ୟ ଉଭୟଙ୍କ ସମ୍ପର୍କ ନେଇ କୌଣସି ଘଷୋଣା କରିନଥିଲେ । କିନ୍ତୁ ଶେଷରେ ଦୁହେଁ ସ୍ପଷ୍ଟ କରିଥିଲେ ଯେ ଉଭୟ ବହୁତ ଭଲ ବନ୍ଧୁ । ତେବେ ନେହାଙ୍କ ରିଲେସନଶିପ ବିଷୟରେ ଜାଣିବା ପରେ ଆଦିତ୍ୟ ରୋହନପ୍ରୀତଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଆଦିତ୍ୟ ଏହି ପୋଷ୍ଟରେ ନେହା ଓ ତାଙ୍କ ଭାବିସ୍ୱାମୀଙ୍କୁ ଶୁବେଚ୍ଛା ଜଣାଇଛନ୍ତି ।

Leave a Reply