ଇତିହାସ ଲେଖିବ ଭାରତର ଆଦିତ୍ୟ L1: ଜାନୁଆରୀ ୬ରେ ପହଞ୍ଚିବ ଲକ୍ଷ୍ୟପଥ ଲାଗରେଞ୍ଜ ପଏଣ୍ଟରେ

1 min read

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନକୁ ନେଇ ବଡ଼ ଖବର । ଆଦିତ୍ୟ L1କୁ ନେଇ ଲମିତି ଖବର ଆସିଛି ଯାହା ଶୁଣିଲେ, ସାରା ଦେଶ ଝୁମିଯିବ । ଆସନ୍ତା ଜାନୁଆରୀ ୬ରେ ନିଜ ଲକ୍ଷ୍ୟପଥରେ ପହଞ୍ଚିବ ଆଦିତ୍ୟ L1 । ୬ ଜାନୁଆରୀରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ L1 । ସୂଚନା ଦେଲେ ଇସ୍ରୋର ମୁଖ୍ୟ ଏସ୍ ସୋମନାଥ ।

ମିଳିଥିବା ସୂଚନା ଅନୂସାରେ ୬ ଜାନୁଆରୀରେ ଆଦିତ୍ୟ L1 ଅର୍ବିଟରରେ ପ୍ରବେଶ କରିବ । ଗତ ୨ ସେପ୍ଟମ୍ବେରରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱାନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା L1 । ଏଥିରେ ୭ଟି ପେଲୋଡ ବ୍ୟବହାର କରାଯାଇଛି । L1 ନିଜର ଲକ୍ଷ୍ୟ ପଥରେ ପହଞ୍ଚିବା ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପାଖରେ ହେଉଥିବା ସମସ୍ତ ଘଟଣାବଳୀ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସାଙ୍ଗକୁ ତଥ୍ୟ ପ୍ରଦାନ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ  ଗତ ୯ ତାରିଖରେ ଆଦିତ୍ୟ L1 ସୂର୍ଯ୍ୟଙ୍କ ପ୍ରଥମ ଫୁଲ୍ ଡିସ୍କ ଫଟୋ ପଠାଇ ଥିଲା । ଆଦିତ୍ୟ L1ର ପେଲୋଡ୍, ସୋଲାର ଅଲ୍ଟ୍ରା ଭାୟୋଲେଟ ଇମେଜିଂ ଟେଲିସ୍କୋପ ସୂର୍ଯ୍ୟଙ୍କ ଏହି ଫଟୋ ପଠାଇଥିଲା । ଏହିସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭଲେନ୍ଥର ଥିଲା । ଅର୍ଥାତ୍ ଆପଣଙ୍କୁ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ ।

ଆଦିତ୍ୟ L1ର ପେଲୋଡକୁ ନଭେମ୍ବର ୨୦ରେ ଚାଲୁ କରାଯାଇଥିଲା । ଏହି ଟେଲିସ୍କୋପ ସୂର୍ଯ୍ୟଙ୍କ ପୃଷ୍ଠ ଫୋଟୋସ୍ଫିୟର ଓ ସୂର୍ଯ୍ୟଙ୍କ ପୃଷ୍ଠ ଏବଂ ବାହ୍ୟ ବାୟୁମଣ୍ଡଳ ମଧ୍ୟରେ ଥିବା ପତଳା ପରଦର ଫଟୋ ଉତ୍ତୋଳନ କରିଥିଲା । ଏହି କୋମୋସ୍ଫିୟର ସୂର୍ଯ୍ୟ ପୃଷ୍ଠରୁ ୨ ହଜାର କିମି ଉପରେ ରହିଥାଏ । ଏହା ପୂର୍ବରୁ ମଧ୍ୟ ସୂର୍ଯ୍ୟଙ୍କ ଫଟୋ ଡିସେମ୍ବର ୬ ତାରିଖରେ ମିଳିଥିଲା । କିନ୍ତୁ ତାହା କେବଳ ଏକ ଲାଇଟ ସାଇନ୍ସ ଇମେଜ୍ ଥିଲା । ୯ ତାରିଖରେ ଆଦିତ୍ୟ L1 ଫୁଲ୍ ଡିସ୍କ ଇମେଜ ପଠାଇଥିଲା । ଫଟୋରେ ସୂର୍ଯ୍ୟରେ ଥିବା ଦାଗ ଓ ଶାନ୍ତ ପଡ଼ିଥିବା ଅଂଶ ଦେଖାଯାଇଛି । ଏହି ଫଟୋ ସାହାଯ୍ୟରେ ବୈଜ୍ଞାନିକ ସୂର୍ଯ୍ୟଙ୍କ ଗବେଷଣା ଆହୁରି ଭଲ ଭାବରେ କରିପାରିବେ ।