କମାଣ୍ଡ ଅନୁସାରେ କାର୍ଯ୍ୟ କରୁଛି ଆଦିତ୍ୟ ଏଲ 1

ନନ୍ଦିଘୋଷ ବ୍ୟୁରୋ: ବେଶ୍ କାର୍ଯ୍ୟଦକ୍ଷତା ଦେଖାଉଛି ଆଦିତ୍ୟ ଏଲ୧ । ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ସ୍ପେସକ୍ରାଫ୍ଟ । ବର୍ତ୍ତମାନ ନିଜ କକ୍ଷ ପଥରେ ଆଦିତ୍ୟ ଏଲ୧ ସମ୍ପୂର୍ଣ୍ଣ ସଫଳ ହେଉଛି ଏବଂ କମାଣ୍ଡ ଅନୁସାରେ କାର୍ଯ୍ୟ କରୁଛି । ବେଙ୍ଗାଳୁରୁସ୍ଥିତ ଆଇଏସଟିଆରଏସିରୁ ଆଦିତ୍ୟ ଏଲ୧ ସୁପରିଚାଳିତ ହେଉଛି । ପ୍ରଥମ ଆର୍ଥ ବାଉଣ୍ଡ ମାନୋଭର ବା ଇବିଏନର ବର୍ତ୍ତମାନ ୨୪୫ କିଲୋମିଟର ଗୁଣନ ୨୨ ହଜାର ୪୫୯ କିଲୋମିଟର କକ୍ଷପଥରେ ରହିଛି । ଆସନ୍ତା ୫ ତାରିଖ ଅପରାହ୍ଣ ୩ଟାରେ ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ହେବ ବୋଲି ଇସ୍ରୋ କହିଛି । ୧୬ ଦିନ ଯାଏ ଆଦିତ୍ୟ ଏଲ୧ ପୃଥିବୀଭିତ୍ତିକ କକ୍ଷପଥରେ ରହିବ । ଏହି ସମୟ କାଳ ମଧ୍ୟରେ ୫ଟି କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା ରହିଛି । ପରେ ନିଜର ଯାତ୍ରା ଲାଗି ଏହା ସମ୍ପୂର୍ଣ୍ଣ ଗତିକ୍ଷମତା ଲାଭ କରିବ । ପରେ ଆଦିତ୍ୟ ଏଲ୧ ‘ଟ୍ରାନସ ଲାଗରେଞ୍ଜିଆନ୧ରେ ପ୍ରବେଶ କରିବ । ଏହା ପରେ ୧୧୦ ଦିନ ଲାଗି ଆଦିତ୍ୟ ଏଲ୧ ଗତି କରିବା ସହ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବ । ଏଲ୧ ପଏଣ୍ଟରେ ପ୍ରବେଶ କରିବା ପରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହିଥିବା ଭାରସାମ୍ୟମୂଳକ ପଏଣ୍ଟରେ ଏହା ଅବସ୍ଥାପିତ ହେବ । ପ୍ରାୟ ୪ ମାସ ପରେ ଏଲ୧ ଅବଜର୍ଭେସନ ପଏଣ୍ଟରେ ପହଞ୍ଚିବ ଯାହାକି ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ।