ସ୍କୁଲ ଆଡ଼ମିଶନ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

ଭୁବନେଶ୍ୱର : ଏଣିକି ସ୍କୁଲ ଆଡ଼ମିଶନ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ନାମଲେଖା ପ୍ରକ୍ରିୟାକୁ ସରଳ ଓ ସୁଗମ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନୋଟିସ୍ କରିଛି ବିଭାଗ । ଆଧାରକାର୍ଡ ଥିଲେ ହେବ ଆଡମିଶନ, ନଥିଲେ ବି ହେବ ଆଡମିଶନ ।

ଆଧାରକାର୍ଡ ନେଇ ଆଡମିଶନ କରିବାକୁ ବାଧ୍ୟ କରାଯାଇପାରିବନି । ଏଥିପାଇଁ କଡ଼ା ନିର୍ଦ୍ଦେଶ ହୋଇଚି । ଆଡମିଶନ ପରେ ଆଧାର ନଥିଲେ ପ୍ରଧାନଶିକ୍ଷକ ସମନ୍ବୟ ରକ୍ଷା କରି କିପରି ଶୀଘ୍ର ଆଧାର କାର୍ଡ ତିଆରି ହେବ ସେଥିପାଇଁ ବ୍ୟବସ୍ଥା କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ହୋଇଛି ।