ପରିବହନ ଆଇଡି ପାସୱାର୍ଡର ଅପବ୍ୟବହାର କରି ଦେଉଥିଲେ ଫିଟନେସ ସାର୍ଟିଫିକେଟ, ପରିବହନ ଅଧିକାରୀଙ୍କୁ ବାନ୍ଧିଲା ପୋଲିସ୍‌

ବୌଦ୍ଧ: ଗିରଫ ହେଲେ ବୌଦ୍ଧ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁ। ସୂଚନା ଅନୁସାରେ, ଗତ ୧୬ ତାରିଖରେ ପରିବହନ ଆଇଡି ପାସୱାର୍ଡର ଅପବ୍ୟବହାର କରି ବଡ଼ବିଲର ୧୧୭ଟି ଗାଡିକୁ ବୌଦ୍ଧରେ ଥିବା ଦର୍ଶାଇ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିଥିଲେ ସହକାରୀ ପ୍ରୋଗ୍ରାମର ରଞ୍ଜନ କୁମାର ଦାସ। ଘଟଣା ସମ୍ପର୍କରେ ଖବର ପାଇ ପରିବହନ କମିଶନର ଅରୁଣ ବୋଥ୍ରା ଥାନାରେ ଏତଲା ଦେବାକୁ ନିର୍ଦେଶ ଦେଇଥିଲେ।

ନିର୍ଦେଶ ଅନୁଯାୟୀ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁ ବୌଦ୍ଧ ଅଦର୍ଶ ଥାନାରେ ରଞ୍ଜନ କୁମାର ଦାସଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ପୋଲିସ ସହକାରୀ ପ୍ରୋଗ୍ରାମରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ତଦନ୍ତ ପରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁଙ୍କୁ ଉଠାଇନେଇଛି ବୌଦ୍ଧ ପୋଲିସ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ।

Leave a Reply