୭ ସହର ନୁହେଁ ୩୦ ଜିଲ୍ଲାରେ ହେଉ NEET ସେଣ୍ଟର, NTA ଡିଜିଙ୍କୁ ଚିଠି

1 min read
Additional Examination Centres In Odisha For NEET UG 2021

ଭୁବନେଶ୍ୱର: ୨୦୨୧ ବର୍ଷ ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET UG ପରୀକ୍ଷା ରାଜ୍ୟର ୭ଟି ସ୍ଥାନରେ କରିବା ନେଇ ନିଷ୍ପତ୍ତି ନେଇଛି । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଓ ସମ୍ବଲପୁର ଆଦି ୭ଟି ସହରରେ NEET ପରୀକ୍ଷା ନେଇ ନୋଟିସ୍ ପ୍ରକାଶ ରାଇଛି ।

Additional Examination Centres In Odisha For NEET UG 2021

ନୋଟିସ୍ ପ୍ରକାଶିତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏନଟିଏ ଡିଜିଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ଅତିରିକ୍ତ ପରୀକ୍ଷା କେନ୍ଦ୍ର କରିବା ଲାଗି ଚିଠିରେ ଅନୁରୋଧ କରିଛନ୍ତି । ଭୌଗଳିକ ଦୃଷ୍ଟିରୁ ରାଜ୍ୟର ସମସ୍ତ ସ୍ଥାନର ପରୀକ୍ଷାର୍ଥୀଙ୍କ ଠାରୁ ପରୀକ୍ଷା କେନ୍ଦ୍ର ବହୁତ ଦୂର । ଫଳରେ ଅନେକ ପରୀକ୍ଷାର୍ଥୀ NEET UG ପରୀକ୍ଷା ଦେଇ ନପାରନ୍ତି ।

ଏପରିକି କରୋନା କାରଣରୁ ସ୍ୱଳ୍ପ କେନ୍ଦ୍ରରେ ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ମଧ୍ୟ ଅସୁରକ୍ଷିତ ଅଟେ । ଏବଂ କିଛି ଜିଲ୍ଲା ଲକଡାଉନ୍ ଓ ସଟଡାଉନ୍ କରୁଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହୋଇପାରେ । ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ୩୦ ଜିଲ୍ଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରିବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Leave a Reply