ଭିଜିଲାନ୍ସ ଜାଲରେ ଅତିରିକ୍ତ ଜିଲ୍ଲାପାଳ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ରେଡ୍‌ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ । ଏକକାଳୀନ ୭ଟି ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ପୈତୃକ ଘର ଜଗତସିଂହପୁର ଜିଲ୍ଲାର ରେଢୁଆ ସମେତ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଜଗତସିଂହପୁର ଜିଲ୍ଲାର ଦୁଇଟି ସ୍ଥାନରେ ରେଡ୍‌ ହେଉଥିବାବେଳେ ଭୁବନେଶ୍ୱରର ବାଲିଅନ୍ତା, ନୟାପଲ୍ଲୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏଡିଏମଙ୍କ  ଅଫିସ ଓ ଅଫିସିଆଲ ଚାମ୍ବରରେ ରେଡ୍‌ ଜାରି ରହିଛି । ସେହିପରି ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ସମ୍ପର୍କୀୟଙ୍କ ଘର ରାଜଗାଙ୍ଗପୁରର ଓସିଏଲ୍‌ କ୍ୟାମ୍ପସରେ ମଧ୍ୟ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍ ।

Leave a Reply