ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କାଲିଠୁ ସମୂହ ଛୁଟିରେ ଯିବାକୁ ଓଏଏସ ଅଧିକାରୀଙ୍କ ନିଷ୍ପତ୍ତି

1 min read

ନନ୍ଦିଘୋଷ ବ୍ୟୁରୋ: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ଓଏଏସ୍ ସଂଘର ଚରମ ନିଷ୍ପତ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ରହିବେ ଓଏଏସ୍ ଅଧିକାରୀ । ଆସନ୍ତାକାଲିଠୁ ସମୂହ ଛୁଟିରେ ରହିବେ ଓଏଏସ୍ ଅଧିକାରୀ । ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଜାରି ରହିବ ପ୍ରତିବାଦ ।

ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଓଏଏସ୍ ସଂଘର ଜିଲ୍ଲା ଶାଖା । ଏହା କେବଳ ଗୋଟିଏ ଘଟଣା ନୁହେଁ, ବର୍ଷକ ଭିତରେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ଯାହାକି ସରକାରୀ ଅଧିକାରୀଙ୍କୁ ବିଚଳିତ କରିବା ସହ ଆତ୍ମସମ୍ମାନକୁ ଆଘାତ ଦେଉଛି । ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଆକ୍ରମଣ ପ୍ରାଶାସନିକ ବ୍ୟବସ୍ଥାକୁ ଆକ୍ରମଣ ସହ ସମାନ । ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି ଓଏଏସ ଅଧିକାରୀ । ଯେପର୍ଯ୍ୟନ୍ତ ସୁରକ୍ଷା ସୁନିଶ୍ଚିତ କରିନାହାନ୍ତି, ସେ ପର୍ଯ୍ୟନ୍ତ ଜୁଲାଇ ୧ ତାରିଖରୁ ଅର୍ଦ୍ଦିଷ୍ଟ କାଳପାଇଁ ସମୁହ ଛୁଟିରେ ରହିବେ ଅଧିକାରୀ ।

OAS ସଂଘ ନିଷ୍ପତ୍ତିକୁ IAS ସଂଘର ସମର୍ଥନ

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ଓଏଏସ ସଂଘର ସଙ୍କଳ୍ପକୁ ସମର୍ଥନ ଜଣାଇଲା ଆଇଏଏସ ସଂଘ । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି । ଏପରି ଘଟଣା ଦୁର୍ଭାଗ୍ୟଜନକ ବୋଲି ଆଇଏଏସ ଓ ଓଏଏସ ସଂଘ ମିଳିତ ଭାବେ ସୂଚନା ଦେଇଛନ୍ତି । ରତ୍ନକର ସାହୁଙ୍କ ଆକ୍ରମଣ ଘଟଣାରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଆଇଏଏସ ଓ ଓଏଏସ ସଂଘ ।