ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ୩ ଜଣଙ୍କୁ ବାନ୍ଧିଲା ପୋଲିସ
1 min read
ଭୁବନେଶ୍ବର: ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ୩ ଜଣଙ୍କୁ ବାନ୍ଧିଛି ପୋଲିସ। ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ବିରୋଧରେ ବିଏନଏସର ଧାରା ୩୩୩, ୧୩୨, ୧୨୧-୧, ୧୨୧-୨, ୧୦୯, ୩୫୧-୨, ୬୨, ୧୪୦-୨, ୩୦୪, ୫୪, ଧାରା ୬୧-୨, ଧାରା ୧୮୯-୨ ଲାଗିଛି। ଜୀବନ ରାଉତ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର। ଗିରଫ ଅଭିଯୁକ୍ତ ବିଜେପି କର୍ମୀ ଓ ନେତା। ପ୍ରଶ୍ନ ଉଠୁଛି କାହିଁକି ଗିରଫ ହେବେନି ଜଗନ୍ନାଥ ପ୍ରଧାନ ? କାରଣ ଜଗନ୍ନାଥ ପ୍ରଧାନଙ୍କ ନାଁରେ ହୋଇଛି ଅଭିଯୋଗ। ଆକ୍ରମଣକାରୀ ନେଇଥିଲେ ଜଗନ୍ନାଥ ପ୍ରଧାନଙ୍କ ନାଁ। ଏହି ଘଟଣା ପରେ ପଦାରେ ପଡ଼ିଛି ବିଜେପିର ଦାଦାଗିରି। ଅଭିଯୁକ୍ତଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ନେତାଙ୍କୁ ଗିରଫ କରିଛି ପୋଲିସ। ଅନ୍ୟପଟେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ବିଏମସି ସେବା ଦେବନି ବୋଲି ଚେତାବନୀ ଦେଇଛନ୍ତି ବିଏମସି ମେୟର। ଅଭିଯୋଗ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁର୍ବୃତ୍ତ। ଆକ୍ରମଣ ବେଳର ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ। ଯେଉଁ ଭିଡିଓରେ ଅତିରିକ୍ତ କମିଶନରଙ୍କୁ ଦୁର୍ବୃତ୍ତମାନେ ଘୋଷାଡି ଘୋଷାଡ଼ି ନେବା ସହ ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। ସରକାରୀ ଅଧିକାରୀଙ୍କ ମାଡ଼ ମାରିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସରକାରୀ କର୍ମଚାରୀ। ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କର୍ପୋରେଟର ଓ କର୍ମଚାରୀ। ଏହାସହ ଓଏଏସ ସଂଘ ମଧ୍ୟ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ଆହତ ଅତିରିକ୍ତ କମିଶନର ଏଫଆଇଆରରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ଜଗନ୍ନାଥ ପ୍ରଧାନଙ୍କ ନାଁରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଜଗନ୍ନାଥ ପ୍ରଧାନଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ଆକ୍ରମଣକାରୀ। ଏହାସହ ଛଡାଇ ନେଇଥିଲେ ମୋବାଇଲ ଫୋନ୍। ମୋବାଇଲ ଛଡ଼ାଇ ନେବା ପରେ ହ୍ବାଟ୍ସଆପ ଷ୍ଟାଟସରେ ଦେଇଥିଲେ ଆପତ୍ତିଜନକ ଛବି। ପୋଲିସ ନିକଟରେ ଏହାର ସ୍କ୍ରିନସଟ୍ ଦାଖଲ ହୋଇଛି। ଅନ୍ୟପଟେ ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଏମସି କମିଶନର। ଆଗରୁ କେବେ ଏମିତି ହୋଇନଥିଲା, ଏହା ପ୍ରଥମ। ଦୁର୍ବୃତ୍ତମାନେ ରତ୍ନାକର ସାହୁଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି। ଏଠି ସୂଚନା ଯୋଗ୍ୟ ଯେ, ଜୀବନ ରାଉତ ପୂର୍ବରୁ ମଧ୍ଯ ବନ୍ଧାହୋଇଥିଲେ । ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ବନ୍ଧା ହୋଇଥିଲେ ବିଜେପି କର୍ପୋରେଟର ଜୀବନ ରାଉତ।….ସେପଟେ bmc ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ପ୍ରତିବାଦରେ ଝାଡୁ ନ କରି ସେବା ବନ୍ଦ କରିଛନ୍ତି ୱାର୍ଡ ନମ୍ବର 44ର ସଫେଇ କର୍ମଚାରୀ।…