spot_img

Latest Posts

ଆଦାନୀ-ହିଣ୍ଡେନବର୍ଗ ମାମଲା; ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ ମାମଲାରେ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ଗତବର୍ଷ ନଭେମ୍ବର ୨୪ରେ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ହୋଇ ରହିଥିଲା। ଏସମ୍ପର୍କରେ କୋର୍ଟ ଆଜି ରାୟ ପ୍ରକାଶ କରିବେ। ଆଦାନୀ ମାମଲାରେ କୋର୍ଟଙ୍କ ଦ୍ବାରା ନିଯୁକ୍ତ ତଦନ୍ତକାରୀ ଟିମ୍ ତଦନ୍ତ କରିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲା। ଯାହାକୁ ନେଇ କୋର୍ଟ ଶୁଣାଣି କରିଥିବା ବେଳେ ଏହା ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ହିଣ୍ଡେନବର୍ଗ ରିପୋର୍ଟକୁ ସତ ବୋଲି ମାନିନେବା ଠିକ୍ ନୁହେଁ। ସୁପ୍ରିମକୋର୍ଟ ଆହୁରି କହିଥିଲେ ଯେ ହିଣ୍ଡେନବର୍ଗ ରିପୋର୍ଟର ସତ୍ୟତାର ପରୀକ୍ଷଣର କୌଣସି ସାଧନ ନାହିଁ। ଏଥିପାଇଁ ସେବିକୁ ମାମଲାର ଯାଞ୍ଚ କରିବାକୁ କୁହାଯାଇଥିଲା। ପ୍ରଧାନ ବିଚାରିପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଆବେଦନକାରୀଙ୍କୁ ପଚାରିଥିଲେ ଯେ, ଆପଣ ପାଖରେ ଆଦାନୀ ଗ୍ରୁପ ବିରୋଧରେ କ’ଣ ପ୍ରମାଣ ଅଛି ? କୋର୍ଟ ପଚାରିଥିଲେ ଯେ, ଆମକୁ କଣ ବିଦେଶୀ ରିପୋର୍ଟକୁ ସତ ଭାବିନେବା ଦରକାର ? ଆମେ ରିପୋର୍ଟକୁ ଖାରଜ କରୁନାହୁଁ କିନ୍ତୁ ଆମକୁ ପ୍ରମାଣ ଦରକାର ବୋଲି କହିଥିଲେ।

Latest Posts

Don't Miss