spot_img

Latest Posts

୨୯ ସାମ୍ବାକିକଙ୍କ ନାଁରେ ମାନହାନି ମକଦ୍ଦମା ଦାୟର କଲେ ଶିଳ୍ପା

ମୁମ୍ବାଇ: ଅଭିନେତା ଶିଳ୍ପା ଶେଟ୍ଟୀ ‘ମିଥ୍ୟା ରିପୋର୍ଟିଂ ଏବଂ ତାଙ୍କ ଭାବମୂର୍ତ୍ତିକୁ ବଦନାମ କରିବା’ ଅଭିଯୋଗରେ ବମ୍ବେ ହାଇକୋର୍ଟରେ ୨୯ ଜଣ ମିଡିଆ କର୍ମଚାରୀ ଏବଂ ମିଡିଆ ହାଉସ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଜଡ଼ିତ ପର୍ଣ୍ଣୋଗ୍ରାଫୀ ମାମଲାରେ ହେଉଥିବା ରିପୋର୍ଟିଂ ବାବଦରେ ଶିଳ୍ପା ଅଭିଯୋଗ ଆଣିଥିବା ANI ରିପୋର୍ଟରେ ଦର୍ଶାଯାଇଛି  । କାଲି ଏହି ମାମଲାର ଶୁଣାଣି ହେବ ।

ଅଶ୍ଳୀଳ ଚଳଚିତ୍ର ପ୍ରସ୍ତୁତ କରିବା ଏବଂ ପ୍ରକାଶନ ସହ ଜଡିତ ଥିବା ଅଭିଯୋଗରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖରେ ଗିରଫ କରାଯାଇଥିଲା । ମୁମ୍ବାଇର ଏକ କୋର୍ଟ କୁନ୍ଦ୍ରାଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଥିଲେ ।

ANI ସୂଚନା ମୂତାବକ, SEBI (Securities and Exchange Board of India) ଇନସାଇଡର୍ ଟ୍ରେଡିଂ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଅଭିନେତା ଶିଳ୍ପା ଶେଟ୍ଟୀ, ସ୍ୱାମୀ ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଉପରେ ୩ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି।

ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ ଏହା ପୂର୍ବରୁ ANI କୁ ସୂଚନା ଦେଇଥିଲେ ଯେ ଶିଳ୍ପା ଶେଟ୍ଟୀଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ଦିଆଯାଇ ନାହିଁ ଏବଂ ଫୋରେନସିକ୍ ଅଡିଟର ସମ୍ପୃକ୍ତ ସମସ୍ତ ଟ୍ରାନଜାକ୍ସନ ଉପରେ ନଜର ରଖିବେ।

Latest Posts

Don't Miss