spot_img

Latest Posts

ବିଗବସର ଫେମ୍ ଶେହେନାଜ୍ ଗିଲ୍ ଆଗକୁ ବଡ ପ୍ରୋଜେକ୍ଟରେ ନଜର ଆସିବେ

ମୁମ୍ୱାଇ: ରିଆଲିଟି ସୋ ବିଗବସର ଫେମ୍ ଶେହେନାଜ୍ ଗିଲ୍ । ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଶେହେନାଜଙ୍କ ହାତରେ ରହିଛି ବଡ ପ୍ରୋଜେକ୍ଟ । ଆଗକୁ ସେ ଅନେକ ବଡ ପ୍ରୋଜେକ୍ଟରେ କାମ କରିବା ନେଇ ଶୁଣିବାକୁ ମିଳୁଛି । ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମରୁ ବଲିଉଡ କ୍ୟାରିୟର ଆରମ୍ଭ କରିବେ ବିଗବସ୍ ୧୩ରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଶେହେନାଜ। ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଶେହେନାଜ୍ ଏବେ ସଲମାନ୍ ଖାନଙ୍କ ‘କିସି କା ଭାଇ କିସି କା ଜାନ୍’ରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ବଲିଉଡରେ ଏଣ୍ଟ୍ରି ପୂର୍ବରୁ ତାଙ୍କୁ ଆଉ ଏକ ବଡ ପ୍ରୋଜେକ୍ଟ ମିଳିଯାଇଛି । ପ୍ରଯୋଜକ ନିଖିଲ ଆଡଭାନିଙ୍କ ନୂଆ ଫିଲ୍ମରେ ଶେହନାଜ ନଜର ଆସିବାକୁ ଯାଉଛନ୍ତି।

ରିପୋର୍ଟ ଅନୁସାରେ, ଏହି ପିଲ୍ମ ୫ ମହିଳାଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି । ଏଥିରେ ଶେହେନାଜଙ୍କ ବ୍ୟତୀତ ବାଣୀ କପୁର ମଧ୍ୟ ନଜର ଆସିବେ । କୁହାଯାଉଛି ଯେ, ମହିଳାଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ସମସ୍ତ ଅଭିନେତ୍ରୀଙ୍କୁ ପ୍ରମୁଖ ଚିରିତ୍ର ମିଳିବ । ଗତ ବର୍ଷ ଏହାର ଶୁଟିଂ ଆରମ୍ଭ ହେବାକୁ ଥିବା ବେଳେ ତାହା କୌଣସି କାରଣରୁ ବନ୍ଦ ଥିଲା । ଆସନ୍ତା ମାର୍ଚ୍ଚାରେ ଏହାର ଶୁଟିଂ ଆରମ୍ଭ ହେବାକୁ ଯାଉଛି ।

ଶେହେନାଜ ଏହି ଚରିତ୍ରରେ ନିଜକୁ ଫିଟ୍ କରିବା ପାଇଁ ବହୁ ପରିଶ୍ରମ ମଧ୍ୟ କରୁଛନ୍ତି । ଏପରିକି ଏହି ଚରିତ୍ରରେ କିପରି ନିଖୁଣ ଅଭିନୟ କରିପାରିବେ ସେଥିପାଇଁ ନିଜକୁ ବେସ୍ ପ୍ରସ୍ତୁତ କରିବା ସହ ଅଭିନୟର ଟ୍ରେନିଂ ମଧ୍ୟ ନେଉଛନ୍ତି ଶେହେନାଜ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟୀତ୍ୱରେ ମିତାକ୍ଷର କୁମାର ରହିଛନ୍ତି । ମିତାକ୍ଷର ଏବେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଭଁସାଲିଙ୍କ ୱେବ୍ ସିରିଜ୍ ‘ହୀରା ମଣ୍ଡି’ରେ କାମ କରୁଛନ୍ତି ।

ଅନ୍ୟପଟେ ଶେହେନାଜଙ୍କ ହାତରେ ଆଉ ଏକ ବଡ ପ୍ରୋଜେକ୍ଟ ରହିଛି । ପ୍ରଯୋଜକ ରିଆ କପୁରଙ୍କ ନୂଆ ଫିଲ୍ମ ମଧ୍ୟ ରହିଛି । ଏହି ଫିଲ୍ମର ନିର୍ଦ୍ଦେଶନା ରିଆଙ୍କ ସ୍ବାମୀ କରଣ ବୁଲାନୀ ଦେବେ ବୋଲି ସୂଚନା ମିଳିଛି । ଏହି ଫିଲ୍ମରେ ଅନିଲ କାପୁର  ଏବଂ ଅଭିନେତ୍ରୀ ଭୂମି ପେଡନେକର ବି ରହିଛନ୍ତି । କୁହାଯାଉଛି ଯେ, ରିଆ କପୁରଙ୍କ ଏହି ଫିଲ୍ମ ମର୍ଡର୍ଣ୍ଣ ରିଲେଶସନଶିପ୍ ଉପରେ ପର୍ଯ୍ୟବେସିତ ।

ଶେହେନାଜଙ୍କ ଫ୍ୟାନ୍ସ ତାଙ୍କୁ ବଡ ପରାଦାରେ ଦେଖିବା ନେଇ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଶେହେନାଜଙ୍କୁ ଫିଲ୍ମର ଅଫର ମିଳିଥିବା ନେଇ ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଇଛନ୍ତି ।

Latest Posts

Don't Miss