ଆସିଲା ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଆତ୍ମହତ୍ୟା କରିଥିବା ସ୍ପଷ୍ଟ

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ । ବେକରେ ଦଉଡ଼ି ଦେଇଥିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ପୋର୍ଷ୍ଟମର୍ଟମର ୨୪ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ସୂତ୍ରର ସୂଚନା ମିଳିଛି । ତେବେ ରଶ୍ମିରେଖାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ସ୍ପଷ୍ଟ କଲେ ଡାକ୍ତର ।

ସେପଟେ ସନ୍ତୋଷ ଓ ରଶ୍ମିଙ୍କ ପୂର୍ବତନ ପ୍ରେମିକ ରାଜାକୁ ପଚରାଉଚରା କରିବ ପୋଲିସ । ମୋବାଇଲ ଡିଟେଲ୍ସ ସହ ଫେସବୁକ, ହ୍ବାଟ୍ସଆପରେ ରଶ୍ମିରେଖାଙ୍କ ବାବଦରେ ତଥ୍ୟ ମାଗିଛି ପୋଲିସ । ଆତ୍ମହତ୍ୟାର ୫ ଦିନ ପୂର୍ବରୁ ମଧ୍ୟ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ରଶ୍ମି । କାହିଁକି କେଉଁ କଥାକୁ ନେଇ ରଶ୍ମି ମାନସିକ ଚାପରେ ଥିଲେ କି । ଅନେକ କିଛି ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଅନ୍ୟପଟେ ରଶ୍ମିରେଖାଙ୍କ ପରିବାର ସନ୍ତୋଷ ହତ୍ୟା କରିଥିବା ନେଇ ଅଭିଯୋଗ କରୁଥିବା ବେଳେ ସୁଇସାଇଡ ନୋଟରେ କ୍ଳିନଚିଟ୍ ଦେଇଛନ୍ତି ରଶ୍ମିରେଖା । ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ଥିବା ଚର୍ଚ୍ଚା ହେଉଛି ।