କାହିଁକି କାନ୍ଦିଲେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ?

ଖୁବ୍ କାନ୍ଦିଲେ ଓଡ଼ିଆ ଝିଅ ପ୍ରକୃତି ମିଶ୍ର । ଏମଟିଭିର ଚର୍ଚ୍ଚିତ ରିଅଲିଟି ଶୋ ଏସ୍‌-ଅଫ-ସେ୍ପସ ସିଜିନ୍-୨ ରେ ବିନଦାସ ଖେଳିବା ସହ ଲୋକପ୍ରିୟତା ସାଉଁଟି ଚାଲିଛନ୍ତି ଓଡ଼ିଆ ଝିଅ ପ୍ରକୃତି ମିଶ୍ର । ତେବେ ନିକଟରେ ଟିଭି ପରଦାରେ ପ୍ରକୃତିଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । କଥାଟା ଏମିତି, ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଝିଅକୁ ସରପ୍ରାଇଜ ଦେବା ପାଇଁ ପହଞ୍ଚି ଯାଇଥିଲେ ଶୋ’ରେ । ଆଉ ତା ପରେ ଦୀର୍ଘ ମାସ ଧରି ବାହାର ଦୁନିଆରୁ ଅଲଗା ଥିବା ଓ ପରିବାରରୁ ଦୂରରେ ଥିବା ପ୍ରକୃତିଙ୍କ ଲୁହକୁ ସମ୍ଭାଳେ କିଏ । ଶୋ’ ମଝିରେ ବାପାଙ୍କୁ କୁଣ୍ଢେଇ ଧରି ଜୋରରେ କାନ୍ଦିଥିଲେ ପ୍ରକୃତି । ଗେହ୍ଲାରେ ବାପାଙ୍କ ଡୁଡୁ ଡ଼ାକ ଶୁଣି ନିଜ କୋହକୁ ସମ୍ଭାଳି ପାରିନଥିଲେ ପ୍ରକୃତି । ତେବେ ମାଷ୍ଟର ମାଇଣ୍ଡ ବିକାଶ ଗୁପ୍ତା କିନ୍ତୁ ବାପାଙ୍କ ଆଗରେ ଝିଅର ଭୁରି ଭୁରି ପ୍ରଶଂସା କରିଥିଲେ । ପ୍ରକୃତିଙ୍କୁ ଜଣେ ହେଡ ଷ୍ଟ୍ରଙ୍ଗ ଗର୍ଲ କହିବା ସହ ଆଗକୁ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ବେଶ୍‌ ଦମ୍ଭତାର ସହ ମତ ରଖିଥିଲେ ହିନ୍ଦୀ ଟେଲି ଦୁନିଆର ଏହି ଫେମସ ପ୍ରଡ୍ୟୁସର । ସୋ’ରେ ବାପା-ଝିଅଙ୍କ ଓଡ଼ିଆରେ ‘ସାତ ସୁରେ ବନ୍ଧା ଜୀବନ’ ଗୀତ ଉପସ୍ଥିତ କଣ୍ଟେଷ୍ଟାଣ୍ଟଙ୍କୁ ଖୁବ୍ ପସନ୍ଦ ଆସିଥିଲା । ')}

Leave a Reply

Your email address will not be published.