ଫ୍ଲାଇଟରେ ଅଭିନେତ୍ରୀଙ୍କ ସହିତ ଅଶ୍ଲୀଳ ବ୍ୟବହାର କରି ବ୍ୟବସାୟୀ ଗିରଫ

ମୁମ୍ବାଇ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଫ୍ଲାଇଟରେ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଖରାପ ବ୍ୟବହାର କରି ବ୍ୟବସାୟୀ ଗିରଫ । ପୋଲିସ ନିକଟରେ ଅଭିନେତ୍ରୀ କରିଥିବା ଅଭିଯୋଗ ଅନୁସାରେ ଅକ୍ଟୋବର ୩ ତାରିଖ ଦିନ ସେ ଦିଲ୍ଲୀରୁ ମୁମ୍ବାଇ ଆସୁଥିଲେ । ଏହି ସମୟରେ ତାଙ୍କ ସହଯାତ୍ରୀ ଥିବା ଗାଜିଆବାଦର ଜଣେ ବ୍ୟବସାୟୀ ତାଙ୍କ ସହିତ ଅଭଦ୍ର ବ୍ୟବହାର କରିଥିଲେ ।
ଅଭିନେତ୍ରୀଙ୍କ ଅନୁସାରେ ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ସେ ନିଜ ଲଗେଜ୍ ବାହାର କରିବା ପାଇଁ ଓଭରହେଡ୍ ଷ୍ଟୋରେଜ ଖୋଲିବା ପାଇଁ ଉଠିଥିଲେ । ଏହି ସମୟରେ କେହି ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିବା ତାଙ୍କୁ ଲାଗିଥିଲା । ଏନେଇ ସେ ତାଙ୍କ ସହଯାତ୍ରୀ ଥିବା ଗାଜିଆବାଦ ବ୍ୟବସାୟୀଙ୍କୁ ପଚାରିଥିଲେ । ଏହାକୁ ନେଇ ସେ ବିମାନ କ୍ରିୟୁ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ ।
ବିମାନ କ୍ରିୟୁ ଅଭିନେତ୍ରୀଙ୍କୁ ମେଲ୍ ଦ୍ୱାରା ଅଭିଯୋଗ କରିବାକୁ କହିଥିଲେ । ଏହାପରେ ଅଭିନେତ୍ରୀ ଜଣକ ବର୍ସୋଭା ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ବର୍ସୋଭା ଥାନା ତାଙ୍କୁ ଏୟାରପୋର୍ଟ ଥାନାରେ ଏତଲା ଦାଏର କରିବାକୁ କହିଥିଲେ ।
ଅଭିନେତ୍ରୀଙ୍କ ରାଗ ଦେଖି ଭୁଲ ମାଗିଥିଲେ ଅଭିଯୁକ୍ତ
ଅଭିନେତ୍ରୀଙ୍କ ପ୍ରତିକ୍ରିୟା ଦେଖି ଅଭିଯୁକ୍ତ ଜଣକ ତାଙ୍କୁ ଭୁଲ ମାଗିଥିଲେ । ତେବେ ଅଭିଯୁକ୍ତ ନିଜ ପରିଚୟ ଗୋପନ ରଖିବାକୁ ନିଜର ଭୁଲ ନାମ ଦେଇଥିଲେ । ତାଙ୍କ ପ୍ରକୃତ ନାମ ନୀତିନ ହୋଇଥିବା ବେଳେ ସେ ନିଜ ନାମ ରାଜୀବ ବୋଲି କହିଥିଲେ । ପରେ ପୋଲିସ ଓ ଏୟାରଲାଇନ୍ସ ରେକର୍ଡ୍ ଯାଂଚ କରି ତାଙ୍କ ପ୍ରକୃତ ନାମ ଜାଣିବାକୁ ପାଇଥିଲେ । ଅଭିଯୁକ୍ତଙ୍କୁ ଗିରଫ ପରେ ଅଦାଲତରେ ପେସ୍ କରାଯାଇଥିଲା । ଅଦାଲତ ତାଙ୍କୁ ୩ ଦିନର ପୋଲିସ ରିମାଣ୍ଡରେ ପଠାଇଥିଲେ ।

ଏଥିସହିତ ପଢ଼ନ୍ତୁ: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି

Leave a Reply