ମା’ ହେଲେ ସିଙ୍ଘମ ନାୟିକା

ମୁମ୍ବାଇ: ସାଉଥ୍‌ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି । କାଜୋଲ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସ୍ୱାମୀ ଗୌତମ କିଚଲୁଙ୍କ ସହ ଅଭିନେତ୍ରୀ ମଦରହୁଡ୍‌ ସମୟକୁ ଉପଭୋଗ କରିବାକୁ ପ୍ରସ୍ତୁତ ।

ତେବେ ଗର୍ଭବତୀ ଥିବାର ଖବର କାଜଲ ନିଜେ ସୋସିଅଲ ମିଡିଆରେ ଦେଇଥିଲେ । ଏହି ସମୟ କାଜଲଙ୍କ ପାଇଁ ଖୁବ୍‌ ଭଲ ଥିଲା । ନିଜକୁ ଫିଟ୍‌ ରଖିବା ସହ ଅଭିନେତ୍ରୀ ଯୋଗ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ । ତେବେ ମା’ ହେବାର ଖବର ସାମ୍ନାକୁ ଆସିବା ପରେ କାଜଲଙ୍କୁ ସୋସିଅଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି  ।

ଫେବୃଆରୀରେ କାଜଲଙ୍କ ସାଦ ଖିଆ ହୋଇଥିଲା । ଯାହାର ଫଟୋ ସେ ଇଂଷ୍ଟାଗ୍ରାମରେ ଶେୟାର କରିଥିଲେ । କପଲଙ୍କ ବିବାହ କଥା ଯଦି ଆଲୋଚନା କରିବା ତେବେ ୩୦ ଅକ୍ଟୋବର ୨୦୨୦ରେ ଉଭୟ ଗୁପ୍ତ ଭାବରେ ବିବାହ କରିଥିଲେ । ବିବାହରେ ଦୁଇ ଜଣଙ୍କ ପରିବାର ଏକ ନିକଟତର ବନ୍ଧୁ ବାନ୍ଧବ ସାମିଲ ହୋଇଥିଲେ । ତେବେ ବନ୍ଧୁତାରୁ ଉଭୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି କୁହାଯାଏ ।