spot_img

Latest Posts

ଦାଶିଆ ଅଜାଙ୍କ ରାସ୍ତାରେ ଏବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ସାମାଜିକ କର୍ମୀ ବର୍ଷା ପ୍ରିୟଦର୍ଶିନୀଙ୍କ “ଆମ ପାଠାଗାର” ଅଭିଯାନର ତୃତୀୟ ସଂସ୍କରଣ,  ୧୧ ଏପ୍ରିଲରେ ଜାଗସରା ଆଦିବାସୀ ସାହିରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ବର୍ଷାପ୍ରିୟଦର୍ଶିନୀ ବିଭିନ୍ନ ପୁସ୍ତକରେ ଭର୍ତ୍ତି ଏକ ଆଲମିରା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଛନ୍ତି।

ଦାଶିଆ ଅଜା ନାମରେ ଜଣାଶୁଣା ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ ଓଡ଼ିଶାରେ ପାଠାଗାର ଆନ୍ଦୋଳନର ଅଗ୍ରଣୀ ପୁରୋଧାଥିଲେ। ଦାଶିଆ ଅଜା ଅଭାବ ଅନଟନକୁ ଖାତିର ନକରି ବିଭିନ୍ନ ପ୍ରକାରର ପୁରାତନ ପୁସ୍ତକ ତଥା ଅନ୍ୟାନ୍ୟ ସ୍ମାରକପତ୍ର ସଂଗ୍ରହକରିଥିଲେ। ସେହି ପୁସ୍ତକ ଗୁଡ଼ିକୁ ନେଇ ଶେଷରେ ୧୯୫୯ ମସିହାରେ ତାଙ୍କ ଗ୍ରାମରେ ଏକ ସଂଗ୍ରହାଳୟ ସହିତ ଏକ ପାଠାଗାର ସ୍ଥାପନ କରିଥିଲେ। ଯେଉଁଠାରେ ବର୍ତ୍ତମାନ ୧.୫ ଲକ୍ଷ ଟଙ୍କାର ପୁସ୍ତକ ଏବଂ ସାମୟିକ ପତ୍ରିକା, ଖଜୁରୀପତ୍ର, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ମୂଳକ ସାମଗ୍ରୀ ରହିଛି।

ବର୍ଷା ପ୍ରିୟଦର୍ଶିନୀ, “ଆମ ପାଠାଗାର” ଅଭିଯାନ ମାଧ୍ୟମରେ ଦାଶିଆ ଅଜାଙ୍କ ଦ୍ୱାରା ପରିଚାଳିତ ପାଠାଗାର ଆନ୍ଦୋଳନକୁ ପୁନଃ ପ୍ରଜ୍ୱଳିତ କରିବାକୁ ଚେଷ୍ଟା କରିଚାଲିଛନ୍ତି। ଏହି ଅଭିଯାନ ମାଧ୍ୟମରେ ସେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଉତ୍ସାହୀ ଦାତାମାନଙ୍କଠାରୁ ପୁସ୍ତକ ଏବଂ ପତ୍ରିକା ସଂଗ୍ରହ କରିବାରେ ଲାଗିଛନ୍ତି। ସମଗ୍ର ରାଜ୍ୟରେ ଶିକ୍ଷା ପ୍ରାପ୍ତିରୁ ବଞ୍ଚିତ ବ୍ୟକ୍ତି ତଥା ଅଭାବି ଶିକ୍ଷାର୍ଥୀ, ବିଶେଷକରି ପିଲାମାନଙ୍କୁ ସଂଗୃହିତ ପୁସ୍ତକ ଦାନ କରିବାକୁ ଯୋଜନା କରିଛନ୍ତି। ଯେପରି ଦାଶିଆ ଅଜା କଳ୍ପନା କରିଥିଲେ, ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପାଠାଗାର ସ୍ଥାପନକୁ ଉତ୍ସାହିତ କରିବାପାଇଁ ଲକ୍ଷ୍ୟରଖିଛନ୍ତି। ବର୍ତ୍ତମାନ ସୁଦ୍ଧାସେ ଏହି ଅଭିଯାନ ମାଧ୍ୟମରେ ଶହ ଶହ ପୁସ୍ତକ ସଂଗ୍ରହକରି ବିତରଣ କରିସାରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବର୍ଷା ଶିଶୁ ଜୀବନରେ ଶିକ୍ଷାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଯେକୌଣସି ମତେ ନିଜର ଆନୁଷ୍ଠାନିକ ଶିକ୍ଷା ସମାପ୍ତ କରିବାକୁ ଆହ୍ୱାନ ଦେଇଥିଲେ। ସେ ମହାମାରୀ ଦ୍ଵାରା ଆସିଥିବା କଠିନ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଛାତ୍ର ଛାତ୍ରୀ ମାନେ ଅଭିନେତ୍ରୀଙ୍କ ସହ ସେମାନଙ୍କର ସ୍ୱପ୍ନ ଏବଂ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ କିଛି ସାଂସ୍କୃତିକ କଳା ପ୍ରଦର୍ଶନୀଦ୍ୱାରା ବର୍ଷା ପ୍ରିୟଦର୍ଶିନୀଙ୍କ ମନମୋହିଥିଲେ। ଏହିକାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସମସ୍ତ କୋଭିଡ ସତର୍କତା କଡାକଡିଭାବରେ ପାଳନ କରାଯାଇଥିଲା।

 

Latest Posts

Don't Miss