ବାହାହେଲେ ବରୁଣ ଧୱନ ଓ ନତାଶା ଦଲାଲ, ଦେଖନ୍ତୁ ବିବାହର ପ୍ରଥମ ଫଟୋ

Actor Varun Dhawan Fashion Designer Natasha Dalal Marriage Photos

ଅଲିବାଗ: ବାହାହେଲେ ପିଲାବେଳର ସାଙ୍ଗ । ପିଲାଦିନର ସାଙ୍ଗ ବରୁଣ ଧୱନ ଓ ନତାଶା ଦଲାଲ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଦ ମ୍ୟାନସନ୍ ହାଉସରେ ରାତି ପାୟ ୧୦ଟା ୩୦ରେ ଦୁହିଁଙ୍କ ବାହାଘର ହୋଇଛି । ବାହାଘରରେ ବରୁଣ ଧୱନ ଜଣାଶୁଣା ଫ୍ୟାସନ୍ ଡିଜାଇନର ମନୀଷଙ୍କ ଦ୍ୱାରା ଡିଜାଇନ୍ ସ୍ୱତନ୍ତ୍ର ଶେରୱାନିରେ ନଜର ଆସିଥିଲେ । ଅନ୍ୟପଟେ ପେଷାରେ ଫ୍ୟାସନ୍ ଡିଜାଇନର ନତାଶା ନିଜେ ପ୍ରସ୍ତୁତ କରିଥିବା ଲେହେଙ୍ଗାରେ ନଜର ଆସିଛନ୍ତି ।

Actor Varun Dhawan Fashion Designer Natasha Dalal Marriage Photos

ବିବାହ ପରେ ଦୁହେଁ ବେଶ୍ ଖୁସି ନଜର ଆସିଛନ୍ତି । ଉଭୟ ଗଣମାଧ୍ୟମକୁ ମିଠାଇ ବାଣ୍ଟିଛନ୍ତି । ବିବାହ ସନ୍ଧ୍ୟା ୬ଟାରେ ପୂଜାପାଠ ସହ ଆରମ୍ଭ ହୋଇଥିଲା । ବିବାହ ବେଳେ ନାଚଗୀତର ଆସର ବେଶ୍ ଜମିଥିଲା । ହିନ୍ଦୀ ଓ ପଞ୍ଜାବୀ ଗୀତର ତାଳେ ତାଳେ ଝୁମିଥିଲେ ସମସ୍ତେ ।

Actor Varun Dhawan Fashion Designer Natasha Dalal Marriage Photos

ମୁମ୍ବାଇରୁ ୧୦୦ କିଲୋମିଟର ଦୂର ଅଲିବାଗରେ ବରୁଣ ଓ ନତାଶାଙ୍କ ବିବାହ ହୋଇଛି । ବିବାହ ଉତ୍ସବରେ ପ୍ରାୟ ୪୦ ଜଣ ଉପସ୍ଥିତ ଥିବାବେଳେ ସମସ୍ତଙ୍କ କରୋନା ଟେଷ୍ଟ କରାଯାଇଛି । ସେଲିବ୍ରିଟିଙ୍କ କଥା କହିଲେ ବିବାହରେ ବରୁଣଙ୍କ ମାଉସୀ ପୁଅ ଭାଇ ତଥା ନିର୍ଦ୍ଦେଶକ କୁଣାଳ କୋହଲି, ଡିଜାଇନର ମନୀଷ ମଲହୋତ୍ରା ଓ ଶଶାଙ୍କ ଖେତାନ ଉପସ୍ଥିତ ଥିଲେ ।

Leave a Reply