ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ଏହି ଅଭିନେତା…

ବେଙ୍ଗାଲୁରୁ: ଭାରତୀୟ ସିନେମା ଦୁନିଆ ପାଇଁ ୨୦୨୦ ଖରାପ ବର୍ଷ ଭାବେ ପ୍ରମାଣିତ ହେଉଛି । ଇରଫାନ୍,ରିଶି କପୁରଙ୍କ ମୃତ୍ୟୁ ପରେ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାରୁ ତାଙ୍କ ଫ୍ୟାନ୍ ମାନେ ଉବୁରି ନଥିବା ବେଳେ ଆଉ ଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି । ଟିଭି ଅଭିନେତା ସୁଶୀଲ ଗୌଡା ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ ।

susil

୩୦ ବର୍ଷୀୟ ସୁଶୀଲ ନିଜ ଗୃହ ସହର ମଣ୍ଡ୍ୟା(କର୍ଣ୍ଣାଟକ)ରେ ଥିଲେ । ସୁଶାନ୍ତ ଜଣେ ଅଭିନେତା ହେବା ସହ ଫିଟନେସ୍ ଟ୍ରେନର ମଧ୍ୟ ଥିଲେ । କନ୍ନଡ ଫିଲ୍ମ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବାକୁ ସେ ସଂଘର୍ଷ କରୁଥିଲେ । ତାଙ୍କର ଆସୁଥିବା ଏକ ଫିଲ୍ମ ‘ସଲଗା’ରେ ସେ ଜଣେ ପୋଲିସ ଅଫିସର ଭୂମିକାରେ ଥିଲେ । ସୁଶୀଲ ରୋମାଣ୍ଟିକ୍ ସିରିଅଲ ‘ଅନ୍ତପୁରା’ରେ ମଧ୍ୟ କାମ କରିଥିଲେ ।

susil

ସୁଶୀଲଙ୍କ ଆତ୍ମହତ୍ୟା ଖବର ଆସିବା ପରେ ସାଣ୍ଡଲଉଡ୍ ଭାବେ ପରିଚିତ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ବାତାବରଣ ଖେଳି ଯାଇଛି । ଅଭିନେତା ଦୁନିଆ ବିଜୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ନିଜ ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ଯେତେବେଳେ ମୁଁ ପ୍ରଥମ ଥର ତାଙ୍କୁ ଦେଖିଥିଲି ସେତେବେଳେ ସେ ମୋତେ ଜଣେ ହିରୋ ଭଳି ଲାଗିଥିଲେ । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ଆମକୁ ଛାଡି ଚାଲିଗଲେ । ମୋତେ ଲାଗୁଛି ଚଳିତ ବର୍ଷ ଆତ୍ମହତ୍ୟାର ଧାରା ବନ୍ଦ ହେବ ନାହିଁ । କେବଳ କରୋନା ଭାଇରସ କାରଣରୁ ଏମିତି ହୋଇନାହିଁ । ଲୋକଙ୍କ ଚାକିରୀ ଯାଉଛି । ସେମାନଙ୍କଠାରେ ବିଶ୍ୱାସ କମ ଅଛି । ଏବେ ଆତ୍ମବିଶ୍ୱାସ ଜରୁରୀ ।

Leave a Reply