ଅଭିନେତ୍ରୀ ସନ୍ନି ଲିଓନି ପୋଲିସ କନଷ୍ଟେବଳ ପ୍ରାର୍ଥୀ!

ଲକ୍ଷ୍ନୌ: ଅଭିନେତ୍ରୀ ସନ୍ନି ଲିଓନି ପୋଲିସ କନଷ୍ଟେବଳ ପ୍ରାର୍ଥୀ। କଥାଟି ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ହେଲେ ସନ୍ନିଙ୍କ ଫଟୋ ଲାଗିଥିବା ଆଡମିଟ କାର୍ଡ ଭାଇରାଲ ହେବା ପରେ ଏପରି କିଛି ଚର୍ଚ୍ଚା ଜୋର ଧରିଛି। ବାସ୍ତବ କଥା କିନ୍ତୁ ଅଲଗା।  ଉତ୍ତରପ୍ରଦେଶରେ ପୋଲିସ କନଷ୍ଟେବଳ ପରୀକ୍ଷାକୁ ନେଇ ଏବେ ନାନା ସନ୍ଦେହ ଉପୁଜିଛି। ଆଡମିଟ କାର୍ଡରେ ପ୍ରାର୍ଥୀଙ୍କ ବଦଳରେ ସ୍ଥାନ ପାଇଛନ୍ତି ସନ୍ନି ଲିଓନି । ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ରିକ୍ରୁଟମେଣ୍ଟ ପରୀକ୍ଷାରେ ଏହି ଆଡମିଟ କାର୍ଡକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ଆଡମିଟ କାର୍ଡରେ ପ୍ରାର୍ଥୀଙ୍କ ନାଁ ସନ୍ନି ଲିଓନି ରହିଥିବାବେଳେ ତାଙ୍କର ଫଟୋ ବି ସ୍ଥାନୀତ ହୋଇଛି ।  ଏହି ଆଡମିଟ କାର୍ଡକୁ ନେଇ ପୋଲିସ ପରୀକ୍ଷାର ସ୍ବଚ୍ଛତା ଉପରେ ସସପେନ୍ସ ସୃଷ୍ଟି କରିଛି । ରାଜ୍ୟର ୭୫ଟି ଜିଲ୍ଲାର ୨ ହଜାର ୩୮୫ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ବଡ଼କଥା ହେଉଛି ସନ୍ନି ଲିଓନିଙ୍କ ପରୀକ୍ଷା କେନ୍ଦ୍ର ବି ଆଡମିଟ କାର୍ଡରେ ଦର୍ଶାଯାଇଥିଲା । ତାହା ଥିଲା ତିରଓ୍ବା ତହସିଲ ଅନ୍ତର୍ଗତ କନୌଜସ୍ଥିତ ଶ୍ରୀମତୀ ସୋନେଶ୍ରୀ ମେମୋରିଆଲ ଗର୍ଲସ୍ କଲେଜ । ଏହି ଘଟଣାରେ କନୌଜ ପୋଲିସର ସାଇବର ସେଲ ତଦନ୍ତ ଆରମ୍ଭ କରିଛି ।