ନବୀନଙ୍କୁ ଭେଟିଲେ ସୋନୁ , ମହନୀୟତା ପାଇଁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍ । କୋଭିଡ ସମୟରେ ପ୍ରବାସୀ ଓଡ଼ିଆଙ୍କୁ  ଓଡ଼ିଶା ଫେରାଇ ଆଣିବାକୁ ସାହାଯ୍ୟ କରିଥିଲେ ସୋନ ସୁଦ୍ । ସୋନୁଙ୍କ ସହାୟତାରେ ଶତାଧିକ ଛାତ୍ର ଓ ଶ୍ରମିକ ଓଡ଼ିଶା ଫେରି ପାରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ଭାବେ ଭେଟିଛନ୍ତି ସୋନୁ ସୁଦ୍ ।

ନବୀନ ନିବାସରେ ପହଁଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେେ  ।  କୋଭିଡ ସମୟରେ ଅଭିନେତା ସୋନୁ ସୁଦଙ୍କ ସହାୟତା ଯୋଗୁ କେରଳରୁ ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦ୍ରାପଡ଼ାର ୧୬୭ ଯୁବତୀ ଓ ୨୨ ଜଣ ଯୁବକ ଘରକୁ ଫେରିଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଥିଲେ । ସୋନୁଙ୍କ ଏପରି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି  ।

କୋଭିଡ ସମୟରେ ପ୍ରବାସୀଙ୍କ ଭଗବାନ ଥିଲେ ସୋନୁ ସୁଦ  । ସୋନୁଙ୍କ ସହାୟତାରେ ହଜାର ହଜାର ଛାତ୍ର ବିଦେଶରୁ ଫେରି ପାରିଥିଲେ  । ଓଡିଶା ସମେତ ଏକାଧିକ ରାଜ୍ୟର ଛାତ୍ର ଓ ଶ୍ରମିକଙ୍କୁ ସ୍ୱରାଜ୍ୟ ଫେରାଇ ଆଣିବାରେ ସୋନୁ ସାଜିଥିଲେ କର୍ଣ୍ଣଧାର  । ଅନେକ ଅସହାୟ ଲୋକଙ୍କୁ ଖାଦ୍ୟ ଦେବା ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ସୋନୁ ସୁଦ  । ଯେଉଁଥିପାଇଁ ତାଙ୍କୁ ପ୍ରବାସୀଙ୍କ ଭଗବାନ ବୋଲି ବିବେଚନା କରାଯାଏ  । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଖୁସି ବ୍ୟକ୍ତ କରିଛନ୍ତି ଅଭିନେତା ସୋନୁ ସୁଦ  ।