କେରଳରୁ ଫେରିବେ କେନ୍ଦ୍ରାପଡ଼ାର ୧୭୦ ଯୁବତୀ, ସହାୟତାର ହାତ ବଢ଼ାଇଲେ ସୋନୁ ସୁଦ
2 min readଭୁବନେଶ୍ୱର: ରିଲ୍ ଅପେକ୍ଷା ରିଅଲ ଲାଇଫରେ ବେଶୀ ଚର୍ଚ୍ଚା । ଲକଡାଉନରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦଙ୍କୁ ଏବେ ପ୍ରଶଂସାରେ ପୋତୁଛି ଓଡ଼ିଶା । କେରଳରେ କିଟେକ୍ସ ଗାର୍ମେଣ୍ଟସରେ କେନ୍ଦ୍ରାପଡ଼ା ଫସିଥିବା ୧୭୦ ଯୁବତୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସୋନୁ ସୁଦ । ଯୁବତୀମାନେ କମ୍ପାନୀରେ କାମ କରୁଥିବା ବେଳେ ମାଲିକ ଖାଇବା ପିଇବା କି ଦରମା ଦେଉନଥିଲା । ଯୁବତୀ ମାନେ ଏନେଇ ବାରମ୍ବାର ସୋସିଆଲ୍ ମିଡିଆରେ ଜଣାଇବା ସହ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ ।
ଶେଷରେ ସହାୟତାର ହାତ ବଢ଼ାଇଛନ୍ତି ସୋନୁ ସୁଦ । କେରଳରେ ଫସିଥିବା କେନ୍ଦ୍ରାପଡ଼ାର ଯୁବତୀଙ୍କୁ ଓଡ଼ିଶା ଫେରାଇ ନେବା ଲାଗି ବ୍ୟବସ୍ଥା କରାଇଛନ୍ତି । ଯୁବତୀଙ୍କୁ ଘରକୁ ପଠାଇବା ଲାଗି ସୋନୁ ସୁଦ ପଦକ୍ଷେପ ନେବା ପରେ ସୋସିଆଲ୍ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।
@SonuSood Since 2006 4m #ABA to till date a loveable Journey Paa Jii,Yes a Man can leave this world but not his legacy & being an Odia I send u many Regards to send 170 Girl Of our Odisha Thank U @arunbothra Sir in deed 2day Mahadev's marriage day it's a best Gift @CMO_Odisha ? https://t.co/1rI3IUcaMx
— Citizen/NAGRIK/Deshwasi/Pranav (@pranavkesinga) May 28, 2020
ଅନଲାଇନରେ ଓଡ଼ିଆ ସୋନୁ ସୁଦଙ୍କୁ ପ୍ରଶଂସା କରୁଥିବା ବେଳେ ବାଦ୍ ପଡ଼ିନାହାଁନ୍ତି ଅଜୟ ଦେବଗନ । ବଲିଉଡ୍ ଅଭିନେତା ଅଜୟ ଦେବଗନ ମଧ୍ୟ ସୋନୁଙ୍କୁ ତାରିଫ୍ କରିଛନ୍ତି । ତାଙ୍କ କାମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ଅଜୟ ଦେବଗନ କହିଛନ୍ତି ।
Thank you so much bhai. Words from you give me more power and encourages me to work harder on reuniting them with their loved ones❣️Love u loads ❤️ https://t.co/QEHn4BSLPq
— sonu sood (@SonuSood) May 26, 2020
ସେହିପରି ମହାରାଷ୍ଟ୍ରରେ ଫସିଥିବା ୫୦ ଓଡ଼ିଆଙ୍କ ଘର ବାହୁଡା ଲାଗି ସୋନୁ ସୁଦ୍ ବ୍ୟବସ୍ଥା କରୁଛନ୍ତି ।