ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଛୁରାମାଡ

ମୁମ୍ୱାଇ : ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଛୁରାମାଡ । ରାତି ସାଢେ ୨ଟାରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ଆକ୍ରମଣ । ଚୋରି ପାଇଁ ଆସି ଦୁର୍ବୃତ୍ତ ଛୁରାମାଡ କରିଥିବା ସୂଚନା ମିଳିଛି । ତାଙ୍କ ହାତ ଓ ପିଠିରେ ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାନ୍ଦ୍ରା ପୋଲିସର ତଦନ୍ତ ଜାରି । ସୈଫ ଏବେ ବିପଦ ମୁକ୍ତ ଥିବା ଡାକ୍ତରଙ୍କ ସୂଚନା ।