ଅମିତ ଶାହଙ୍କୁ ପ୍ରକାଶ ରାଜ୍ଙ୍କ ଜବାବ: କହିଲେ, ଆମେ ଆମ ମାତୃଭାଷାକୁ ଭଲ ପାଉ
1 min readହାଇଦ୍ରାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜ୍ । ହିନ୍ଦୀ ଭାଷାକୁ ନେଇ ସେ ରଖିଥିବା ମତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ହିନ୍ଦୀ ଭାଷାକୁ ନେଇ ଏକ ବୟାନ ରଖିଛନ୍ତି, ଯେଉଁଥିରେ ସେ ‘ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାବେ ବ୍ୟବହାର କରାଯିବା ଉଚିତ ଏବଂ ଅଣ-ହିନ୍ଦୀ ଭାଷାଭାଷୀ ଲୋକମାନେ ଇଂରାଜୀ ବଦଳରେ ହିନ୍ଦୀ କହିବା ଉଚିତ ବୋଲି ଗୃହମନ୍ତ୍ରୀ କହିଥିଲେ।’ ଅମିତ ଶାହଙ୍କ ଏହି ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ଅନେକ ଲୋକେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ୍ ପରେ ଏବେ ପ୍ରକାଶ ରାଜ ମଧ୍ୟ ଏହି ବୟାନକୁ ନେଇ ତୀବ୍ର ବିରୋଧ କରିଛନ୍ତି।
Don’t try to break Homes Mr Home Minister … We DARE YOU #stopHindiImposition we love our diversity..we love our Mother tongue… We love our Identities..#JustAsking pic.twitter.com/6eysDCqcnH
— Prakash Raj (@prakashraaj) April 8, 2022