କାଳ ହେଲା ୨୬ ବର୍ଷ ତଳର ଗଣ୍ଡଗୋଳ, ୨ ବର୍ଷ ଜେଲ ଯିବେ କଂଗ୍ରେସ ନେତା ରାଜ ବାବର

1 min read

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା କଂଗ୍ରେସ ନେତା ରାଜ ବବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ । ରାୟ ଶୁଣାଇଛନ୍ତି ଲକ୍ଷ୍ନୌ ଏମପି-ଏମଏଲଏ ଅଦାଲତ । ୧୯୯୬ ମସିହା ନିର୍ବାଚନରେ ଜଣେ ପୁଲିଂ ଅଧିକାରୀଙ୍କ ସହ ମାରପିଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଜ ବବର । ଏହି ମାମଲାରେ ରାଜ ବବରଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ରାଜ ବବରଙ୍କୁ ଜଣେ ସରକାରୀ ଅଧିକାରୀଙ୍କ କାମରେ ବାଧା ଦେବା ସମେତ ଅନ୍ୟ ୩ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

ଜଣେ ମତଦାନ ଅଧିକାରୀ ବଜିରଗଞ୍ଜ ଥାନାରେ ମେ ୨, ୧୯୯୬ରେ ରାଜ ବବରଙ୍କ ବିରୋଧରେ ମାରପିଟ ଓ ମତଦାନ କାର୍ଯ୍ୟରେ ବାଧା ସୃଷ୍ଟି କରିବା ନେଇ ଅଭିଯୋଗ କରିଥିଲେ । ସେତେବେଳେ ରାଜ ବବର ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢ଼ୁଥିଲେ । ରାଜ ବବରଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୮ ହଜାର ୫୦୦ ଟଙ୍କାର ଜରିମାନା ମଧ୍ୟ ଶୁଣାଇଛନ୍ତି କୋର୍ଟ ।