spot_img

Latest Posts

ଅଭିନେତା ଜିମି ଶେର୍ଗିଲ ଗିରଫ: କର୍ଫ୍ୟୁ ବେଳେ କରୁଥିଲେ ଶୁଟିଂ

ଲୁଧିଆନା : ଦେଶରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ଅନେକ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ବଲିଉଡ ଅଭିନେତା ଜିମି ଶେର୍ଗିଲ ଏହି କଟକଣା ଉଲଂଘନ କରିଥିବାରୁ ତାଙ୍କୁ ପୋଲିସ୍ ଗିରଫ କରିଛି।

ମଙ୍ଗଳବାର ରାତିରେ ପଞ୍ଜାବର ଲୁଧିଆନାରେ ବଲିଉଡ ଅଭିନେତା ଜିମି ଶେର୍ଗିଲ, କର୍ଫ୍ୟୁ ଉଲ୍ଲଂଘନ କରି ଏକ ୱେବ୍ ସିରିଜ୍ ଶୁଟିଂ କରୁଥିଲେ। ତେବେ ଶୁଟିଂ ଶେଟ୍ ରୁ ପୋଲିସ ଜିମି, ନିର୍ଦ୍ଦେଶକ ଇଶ୍ୱର ନିୱାସ ଏବଂ ଅନ୍ୟ ୩୫ ଜଣଙ୍କୁ ଗିରଫ କରିଛି। ଅଭିନେତାଙ୍କ ସମେତ ଅନ୍ୟ ୪ ଜଣଙ୍କ ବିରୋଧରେ ଏ ନେଇ ମାମଲା ରୁଜୁ ହୋଇଛି।

ପଞ୍ଜାବୀ ୱେବ୍ ସିରିଜର ଏହି ଟିମ୍ ଗତ ୩ ଦିନ ଧରି ଆର୍ଯ୍ୟ ବିଦ୍ୟାଳୟରେ ଶୁଟିଂ କରୁଥିଲେ। ତେବେ ସୋମବାର ଦିନ କେହି ଜଣେ ପୋଲିସକୁ ଖବର ଦେଇଥିଲେ ଯେ ଶୁଟିଂ ସ୍ଥାନରେ ମାସ୍କ ପିନ୍ଧାଯାଉ ନାହିଁ ଏବଂ ସାମାଜିକ ଦୂରତା ଅନୁସରଣ କରାଯାଉନାହିଁ । ଏହାପରେ ପୋଲିସ ସେହି ସ୍ଥାନରେ ପହଞ୍ଚି ଦୁଇ ଜଣଙ୍କ ଚାଲାଣ କାଟିଥିଲା।

ସୋମବାର ଚାଲାଣ କାଟିବା ପରେ ମଧ୍ୟ ୱେବ୍ ସିରିଜର ଟିମ୍ ପୁଣିଥରେ କରୋନା କଟକଣା ନିୟମ ଉଲ୍ଲଂଘନ କରି ରାତିରେ ଫିଲ୍ମର ଶୁଟିଂ କରୁଥିବା ଓ ସେଠାରେ ପ୍ରାୟ ୧୫୦ ଲୋକ ଉପସ୍ଥିତ ଥିବା ପୋଲିସ ସୂଚନା ପାଇଥିଲା। ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିମି ଶେର୍ଗିଲ ନିର୍ଦ୍ଦେଶକ ଈଶ୍ୱର ନିୱାସଙ୍କ ସମେତ ଟିମ୍ ର ୩୫ଜଣ ସଦସ୍ୟଙ୍କୁ ଗିରଫ କରିନେଇଛି। ଏବଂ ଏମାଙ୍କ ବିରୋଧରେ ମହାମାରୀ ପ୍ରୋଟୋକଲ ଉଲ୍ଲଂଘନ ମାମଲା ରୁଜୁ କରିଛି।

Latest Posts

Don't Miss