spot_img

Latest Posts

Tractor rally violence: ଅଭିନେତା ଦୀପ ସିଦ୍ଧୁ ଚାଷୀଙ୍କୁ ଉସକାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀରେ ଚାଷୀଙ୍କ ଟ୍ରାକଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ପଛରେ ଅଭିନେତା ଦୀପ ସିଦ୍ଧୁଙ୍କ ଭୂମିକା ନେଇ ଚର୍ଚ୍ଚା ଜୋର୍ ଧରିଛି। ଚାଷୀଙ୍କୁ ହିଂସା ପାଇଁ ଦୀପ ସିଦ୍ଧୁ ଉସୁକାଇଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି। ଗତକାଲିର ହିଂସା ପରେ ଲାଲ କିଲ୍ଲାରେ ଝଣ୍ଡା ଉଡ଼ାଇଥିବା ଦୀପ ସିଦ୍ଧୁ ସୋସିଆଲ୍‌ ମିଡିଆରେ  କହିଛନ୍ତି।

ଦୀପ ସିଦ୍ଧୁ ହେଉଛନ୍ତି ଜଣାଶୁଣା ପଞ୍ଜାବୀ ଅଭିନେତା। ୨୦୧୯ରେ ଅଭିନେତା ସନ୍ନି ଦେଓଲ ଗୁରୁଦାସପୁରରୁ ନିର୍ବାଚନ ଲଢୁଥିବା ବେଳେ ସେ ତାଙ୍କ ପାଇଁ ପ୍ରଚାର କରିଥିଲେ। ତେବେ ହିଂସା ପରେ ସନ୍ନି ଦେଓଲ ଟ୍ୱିଟ୍ କରି ଦିପ୍ ସିଦ୍ଧୁଙ୍କ ସହ କୌଣସି ସଂପର୍କ ନଥିବା କହିଛନ୍ତି।

ତେବେ ହିଂସାକାଣ୍ଡରେ ଦୀପ ସିଦ୍ଧୁଙ୍କ ସଂପୃକ୍ତି ନେଇ ତଦନ୍ତ କରିବାକୁ ଚାଷୀ ନେତା ଦାବି କରିଛନ୍ତି। ସେହିପରି ହିଂସା ଘଟଣାରେ ଗ୍ୟାଙ୍ଗଷ୍ଟର ଲଖା ସିଧାନର ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି। ଲଖା ସଧାନ ଓ ତା ସହଯୋଗୀମାନେ ଦିଲ୍ଲୀର କିଛି ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ପଞ୍ଜାବରେ ଲଖା ସିଧାନ ନାଁରେ ୨୦ରୁ ଅଧିକ ମାମଲା ଥିବାବେଳେ, କିଛି ଦିନ ହେଲା କୃଷକ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲା।

Latest Posts

Don't Miss