ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଦୀପ ସିଦ୍ଧୁ, ଲାଲକିଲା ହିଂସାରେ ଥିଲା ନାଁ

1 min read

ଅମୃତସର: ଦୀପ ସିଦ୍ଧୁ  । ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ ଜାନୁଆରୀ ୨୬ ସାଧରଣ ତନ୍ତ୍ର ଦିବସରେ ଲାଲ କିଲ୍ଲାରେ ରଚିଥିଲା ବଡ଼  ଷଡ଼ଯନ୍ତ୍ର  । ଏହା ପରେ ଗିରଫ ହୋଇଥିଲା  ।  ମିଳିଥିବା ସୂଚନା ମୁତାବକ ହରିଆଣାର ସୋନିପତରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ନିଜ ବାନ୍ଧବୀ ତଥା ଭାବି ପତ୍ନୀ ରିନାଙ୍କ ସହ ଦିଲ୍ଲୀରୁ ପଞ୍ଜାବ ଯିବା ରାସ୍ତାରେ ଟ୍ରକ ସହ ତାଙ୍କ ଗାଡି ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କ ସ୍କର୍ପିଓଟି ସମ୍ପୂର୍ଣ୍ଣରୂପେ ଭାଙ୍ଗି ଯାଇଥିବାବେଳେ ସିଦ୍ଧୁ ଗୁରୁତର ଆହତ ହୋଇଥିଲେ  ।

ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସପିଟାଲକୁ ନିଆଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ତାଙ୍କର ଅନ୍ୟ ଦୁଇଜଣ ବନ୍ଧୁ ଆହତ ଥିବା ସୂଚନା ମିଳିଛି । କୃଷକ ଆନ୍ଦୋଳନ ସମୟରେ ଦୀପ ସିଦ୍ଧୁ ଚର୍ଚ୍ଚାକୁ ଆସିଥିଲେ । ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ କିଛି ଲୋକ ଲାଲକିଲା ଉପରେ ଚଢି ଧାର୍ମୀକ ପତାକା ଲଗାଇଥିଲେ । ଏହି ଘଟଣାରେ ଦୀପ ସିଦ୍ଧୁଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ ପରେ ଜେଲ ପଠାଇ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଜାମିନରେ ଆସିଥିଲେ ଦୀପ ସିଦ୍ଧୁ । Republic Day Violenclalquila

ଜାନୁୟାରୀ ୨୬ରେ ରାଜଧାନୀ ହିଂସାରେ ସମ୍ପୃକ୍ତ ଥିବା ନେଇ ପୋଲିସ ଦୀପ୍‌ଙ୍କୁ ଗିରଫ କରିଥିଲା । ଗତ ୮ ତାରିଖରେ ହରିୟାଣାରୁ ଗିରଫ ହୋଇଥିଲେ ଦୀପ୍ ସିଦ୍ଧୁ । ଦୀପ୍‌ଙ୍କ ଅନ୍ୟଜଣେ ସହଯୋଗୀ ଲୁଧିଆନାର ଇକବାଲ ସିଂଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଏହାପରେ ଗିରଫ ହୋଇ ଦୀପ ସିଦ୍ଧୁ ଜେଲରେ ରହିଥିଲା  । ପରବର୍ତ୍ତୀ ସମୟରେ ଜାମିନରେ ସେ ଆସିଥିଲେ  ।

Leave a Reply