ସାଉଥ୍ ଫିଲ୍ମ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଗୁରୁତର

କୋଭାଲାମ: ତାମିଲ ଏବଂ ମାଲାୟାଲମ୍ ଚଳଚ୍ଚିତ୍ର ଅଭିନେତ୍ରୀ ଅରୁନ୍ଧତୀ ନାୟାର ଏବେ ଭେଣ୍ଟିଲେଟରରେ । ଏନେଇ ସୂଚନା ଦେଇଛନ୍ତି ତାଙ୍କ ଭଉଣୀ । ଅରୁନ୍ଧତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ନେଇ ମଧ୍ୟ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଅରୁନ୍ଧତୀ କେରଳର କୋଭାଲାମ ବାଇପାସରେ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କ ଦୁର୍ଘଟଣା ସମ୍ପର୍କରେ ଅନେକ ରିପୋର୍ଟ ପ୍ରକାଶ ହେବା ପରେପରେ ତାଙ୍କ ଭଉଣୀ ଆରତୀ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ଆରତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି କରି ପ୍ରଶଂସକମାନଙ୍କୁ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।
ଆରତୀଙ୍କ ଏହି ପୋଷ୍ଟ ଉପରେ ସୋସିଆଲ୍ ମିଡ଼ିଆରେ ଫ୍ୟାନ୍ସ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ଭଗବାନ ତାଙ୍କୁ ଶୀଘ୍ର ସୁସ୍ଥ କରିଦିଅନ୍ତୁ। ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଖବର। ଭଗବାନ ତାଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ।