ପୁଷ୍ଫା-୨ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ
1 min read
ହାଇଦ୍ରାବାଦ : ଗିରଫ ହେଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ହାଇଦ୍ରାବାଦର ସାନ୍ଧ୍ୟା ଥିଏଟର ମାମଲାରେ ସାଉଥ ସୁପରଷ୍ଟାର ତଥା ‘ପୁଷ୍ପା ୨’ ଅଭିନେତା ଅଲୁ ଅର୍ଜୁନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ଡିସେମ୍ବର ୪ ତାରିଖରେ ଫିଲ୍ମର ସ୍କ୍ରିନିଂ ସମୟରେ ଥିଏଟରରେ ଦଳାଚକଟା ବେଳେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଥିଲେ । ଏହି ଘଟଣାରେ ପୋଲିସ ଅଲ୍ଲୁ ଅର୍ଜୁନ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ ହୋଇଥିଲା ।
ଫିଲ୍ମ ‘ପୁଷ୍ପା-୨’ ଏବଂ ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏତେ ତାଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟରେ ସବୁବେଳେ କ୍ରେଜ୍ ଥାଏ । ତେବେ ଏହି ଫିଲ୍ମ ରିଲିଜ୍ ପାଇଁ ସନ୍ଧ୍ୟାରେ ଥିଏଟର ପାଖରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଅଲ୍ଲୁ ଅର୍ଜୁନଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଏହି ବିରାଟ ଜନସମାଗମରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଯେଉଁଥିରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଏହି ଅଘଟଣ ପରେ ଅଲ୍ଲୁ ଅର୍ଜୁନ ମୃତଙ୍କ ପରିବାରକୁ କ୍ଷମା ମାଗିବା ସହ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ଘୋଷଣା କରିଥିଲେ ।